

ସତ୍ୟଶିଖା : ୨୫.୦୭.୨୦୨୦ : ରାଜ୍ୟରେ ଗତ ୨୪ ଘଣ୍ଟା ରେ ସର୍ବାଧିକ କରୋନା ମୃତ୍ୟୁ I ଗୋଟିଏ ଦିନରେ ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହି ୧୦ଜଣଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି । ଗଂଜାମରେ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର ଓ ସୁନ୍ଦରଗଡରେ ୨ ଜଣ ଲେଖାଏଁ, ଗଜପତି, ଝାରସୁଗୁଡା ଓ ରାୟଗଡାରେ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଜୁଲାଇ ମାସର ୨୫ ଦିନରେ ବର୍ତମାନ ସୁଦ୍ଧା ୧୦୫ ଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ ଏପ୍ରିଲ ୬ରେ ପ୍ରଥମ କରୋନା ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା ।
ଅନ୍ୟପଟେ, ରାଜ୍ୟରେ ଆଉ ୧୩୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେନଟିନ ସେଂଟରରୁ ୮୮୭ ଜଣ ଓ ଲୋକାଲ କଂଟାକ୍ଟ ୪୩୩ ଚିହ୍ନଟ । ୧୩୨୦ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ୨୪ ହଜାର ୧୩କୁ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୧୫ ହଜାର ୨ଶହ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮ହଜାର ୬୫୦ ରହିଛି । ୨୪ ଜିଲ୍ଲାରୁ ଚିହ୍ନଟ ୧୩୨୦ ନୂଆ ପଜିଟିଭ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୫୬୦ ନୂଆ ଆକ୍ରାନ୍ତ ଚିହ୍ନଟ । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୭୪, ଗଜପତି ଓ ପୁରୀରୁ ୯୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ରାୟଗଡା ୬୫, କଟକ ଓ ସୁନ୍ଦରଗଡରୁ ୪୭ ଜଣ ଲେଖାଏଁ ପଜିଟିଭ । କନ୍ଧମାଳ ୩୯, ନୟାଗଡ ୩୮, କୋରାପୁଟ ୩୦, ଭଦ୍ରକ ୨୮, କେନ୍ଦୁଝର ୨୪, ବାଲେଶ୍ୱର ଓ ଯାଜପୁରରୁ ୨୩ ଜଣ ଲେଖାଏଁ ନୂଆ ସଂକ୍ରମିତ । ବରଗଡ ୧୪, ବଲାଙ୍ଗୀର ୯, ଅନୁଗୁଳ ୬, ନୂଆପଡା ୪, ଜଗତସିଂହପୁର ୩, ଝାରସୁଗୁଡାରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେବଗଡ, କଳାହାଣ୍ଡି, କେନ୍ଦ୍ରାପଡା, ସୋନପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।