ରାଜ୍ୟ
ଶନିବାର ବନ୍ଦ ରହିବ ହାଇକୋର୍ଟ


ସତ୍ୟଶିଖା (ଭୁବନେଶ୍ୱର )୦୫.୦୩.୨୦୨୧: ଶନିବାର ହାଇକୋର୍ଟ ବନ୍ଦ ରହିବ । କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ । ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ 29ରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଆଧାରରେ ହାଇକୋର୍ଟ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିଭଳି ଭାବେ କାର୍ଯ୍ୟଦିବସ ଥିବା ସମସ୍ତ ଶନିବାର ଦିନ ରାଜ୍ୟର ସମସ୍ତ ସବ୍ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ), ଟ୍ରିବୁନାଲ ଓ ଏ ସମ୍ପର୍କିତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।