ରାଜ୍ୟସ୍ପେଶାଲ୍ ରିପୋର୍ଟ
ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ଚାନ୍ଦିପୁରରୁ ଉତ୍କ୍ଷେପଣ ହେବ


ସତ୍ୟଶିଖା (ବାଲେଶ୍ୱର) ୨୩ /୧୨/୨୦୨୦ : ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ରରୁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ରର ପରୀକ୍ଷା କରାଯିବ । ଚାନ୍ଦିପୁର ଡିଆରଡିଓର ୩ ନମ୍ବର ଲଞ୍ଚ୍ ପ୍ୟାଡରୁ ଏହା ଉତକ୍ଷେପଣ କରାଯିବ ।
ଏହି ପରୀକ୍ଷଣ ପାଇଁ ଲଞ୍ଚ୍ ପ୍ୟାଡର ଅଢେଇ କିଲୋମିଟର ବ୍ୟାସାର୍ଦ୍ଧ ପରିସରରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବାଲେଶ୍ବର ସଦର ବ୍ଲକର ସମୁଦ୍ର କୂଳିଆ ୫ଟି ପଞ୍ଚାୟତର ୩ ହଜାର ୭୨୩ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯିବ । ଏମାନେ ୩ଟି ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେବେ । ପାଗ ଅନୁକୂଳ ରହିଲେ ଦିନ ବେଳା କ୍ଷେପଣାସ୍ତ୍ର ପରୀକ୍ଷା କରାଯିବ ।