ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଟମାଟୋ ଫ୍ଲୁ ଆତଙ୍କ ପରେ ଆଲର୍ଟରେ ସ୍ୱାସ୍ଥ୍ୟବିଭାଗ

ସତ୍ୟଶିଖା (ଭୁବନେଶ୍ୱର) ୧୯.୦୫.୨୦୨୨: ରାଜ୍ୟରେ ଟମାଟୋ ଫ୍ଲୁ   ସୂଚନା ମିଳବାରେ ପରେ ଆଲର୍ଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା କହିଛନ୍ତି ଏହା ଏକ ଭାଇରାଲ ରୋଗ । ଏହି ସମୟରେ ହୋଇଥାଏ ଟମୋଟୋ ଫ୍ଲୁ । ଏହାର ଲକ୍ଷଣ ହେଉଛି ପିଲା ଖାଇବେ ନାହିଁ । ବାନ୍ତି ହେବା ସହ ଦେହ ଯାକ ଫଳିଯିବ ।

ନାଲି ପଡିଯିବ ଏବଂ ଜ୍ୱର ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ କେତେ କେସ ଏଭଳି ଅଛି ଜାଣିବା ପାଇଁ ମେଡ଼ିକାଲ କଲେଜ ଗୁଡିକୁ ରିପୋର୍ଟ ମାଗିଥିଲୁ । RMRC ଏହି ଭାଇରଲ ଭାଇରସର ଡିଟେକସନ କରିବେ । ଏଥିପାଇଁ ନମୁନା ସଂଗ୍ରହ କରାଯାଇ ପଠାଯିବ । ଏହା ହ୍ୟାଣ୍ଡ ମାଉଥ ଫୁଟ ରୋଗ ବୋଲି ସନ୍ଦେହ କରାଯାଉଛି ।

ଏହି ସନ୍ଦେହକୁ କ୍ଲିୟର କରିବା ପାଇଁ ନମୁନା ସଂଗ୍ରହ କରି ଆରଏମଆରସିକୁ ପଠାଯିବ । ଜିଲ୍ଲା ଓ ଶିଶୁ ରୋଗ ବିଶେଷଜ୍ଞ ମାନଙ୍କ ସହ ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ହେଇଛି । ଜିଲ୍ଲା ଚିକିତ୍ସାଳୟ ଗୁଡିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ ନିର୍ଦେଶ ଦିଆଯାଇଛି ।

Show More
Back to top button