ସତ୍ୟଶିଖା (ଭୁବନେଶ୍ୱର) ୦୭/୦୧/୨୦୨୧ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚେନ୍ନାଇ ଯାଉଥିବା ଜଣେ ଯୁବକଙ୍କଠାରୁ ଏକ ବନ୍ଧୁକ ଜବତ ହୋଇଛି । ଯୁବକଙ୍କ ବ୍ୟାଗ୍ ଯାଞ୍ଚ ବେଳେ ଏକ ବେଆଇନ ବନ୍ଧୁକ ମିଳିଛି । ଯୁବକ ଜଣକ ହେଲେ ପୁରୀ କୃଷ୍ଣପ୍ରସାଦ ଅଞ୍ଚଳର ରାମଚନ୍ଦ୍ର ଜେନା । ଏୟାରପୋର୍ଟ ଥାନା ପୋଲିସ୍ ବନ୍ଧୁକ ଜବତ କରିବା ସହ ତାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ଯାତ୍ରୀଙ୍କ ବ୍ୟାଗରୁ ଜବତ ହେଲା ବନ୍ଧୁକ ଭୁବନେଶ୍ୱର ବିମାନବନ୍ଦରରେ
