

ସତ୍ୟଶିଖା : ୨୧.୦୭.୨୦୨୦ N95 ମାସ୍କ ରୋକି ପାରୁନି କରୋନା ଭାଇରସ୍ , ଏହା କରୋନା ସଂକ୍ରମଣ ରୋକିବାରେ ବିଫଳ ହେଉଛି । ବିଶେଷ କରି ମାସ୍କରେ ଥିବା ଭାଲ୍ଭ ଦେଇ କରୋନା ଭାଇରସ୍ ନାକକୁ ପ୍ରବେଶ କରିପାରୁଛି। ରିସର୍ଚ୍ଚରୁ ଏଭଳି ତଥ୍ୟ ସାମ୍ମାକୁ ଆସିବା ପରେ ଭାଲ୍ଭ ଥିବା N95 ମାସ୍କ ପିନ୍ଧିବାକୁ ବାରଣ କରିଛନ୍ତି କେନ୍ଦ୍ର ସରକାର । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାଶିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। N95 ମାସ୍କ ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା। ଏହା ସେମାନଙ୍କ ପାଇଁ ପିପିଇ -ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପ୍ମେଣ୍ଟ ଭାବେ ଧରାଯାଉଥିଲା । କିନ୍ତୁ ଏହାକୁ ସାଧାରଣ ଲୋକ ବହୁଳ ଭାବେ ବ୍ୟବହାର କଲେ। ହେଲେ ଏହି ମାସ୍କ କିଭଳି ବ୍ୟବହାର ହେବ ତାହା ସେମାନେ ଜାଣିଲେ ନାହିଁ। ଯେଉଁଥିପାଇଁ N95 ମାସ୍କ ବ୍ୟବହାର କରୁଥିବା ଅନେକ ଲୋକ କରୋନା ସକ୍ରମଣରୁ ନିଜକୁ ମୁକ୍ତ ରଖିପାରିଲେ ନାହିଁ। N95 ମାସ୍କ ଅପେକ୍ଷା କଟନ କପଡ଼ାରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏହାସହ ମାସ୍କ ପ୍ରତିଦିନ ଗରମ ଲୁଣ ପାଣିରେ ଧୋଇବା, ଅନ୍ୟ କାହାର ମାସ୍କ ବ୍ୟବହାର ନକରିବା , ଥରେ ବ୍ୟବହାର କଲେ ଦ୍ବିତୀୟ ଥର ବିନା ଧୁଆରେ ନପିନ୍ଧିବା, ପରିବାରରେ ସଦସ୍ୟ ମଧ୍ୟରେ ମାସ୍କ ଅଦଳ ବଦଳ ନକରିବା ଆଦି ପରାମର୍ଶ ଦିଆଯାଇଛି।