୭୦ରେ ପାଦ ଦେଲେ ମହାନାୟକ ରଜନୀକାନ୍ତ

ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୧୨/୨୦୨୦ : ସାଉଥ ଇଣ୍ଡଷ୍ଟ୍ରିରେ ଦେବତାର ମାନ୍ୟତା ପାଇଥିବା ମେଗାଷ୍ଟାର୍ ରଜନୀକାନ୍ତ ଶନିବାର ନିଜ ୭୦ତମ ଜନ୍ମଦିନ ପାଳନ କରୁଛନ୍ତି । ରଜନୀକାନ୍ତ ନିଜ ଷ୍ଟାଇଲ୍ ଏବଂ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ଖାସ୍ ସ୍ଥାନ ସୃଷ୍ଟି କରିଛନ୍ତି । ଦେଶବ୍ୟାପି ତାଙ୍କ ଫ୍ୟାନ୍ ଫଲୋଇଂ ଅଛନ୍ତି । ଖାସ୍ କଥା ହେଉଛି ଏହା ଯେ ପ୍ରତି ଜେନେରେସନ ପାଇଁ ସେ ରୋଲ୍ ମଡେଲ୍ ରହିଛନ୍ତି ଏବଂ ତାଙ୍କୁ ଲୋକଙ୍କ ଭରପୂର ସ୍ନେହ ମିଳିଛି । ଆଜି ଏହି ଖାସ୍ ଅବସରରେ ମଧ୍ୟ ରଜନୀକାନ୍ତଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ କେତେକ ଷ୍ଟାର୍ ରଜନୀକାନ୍ତଙ୍କୁ ଶୁଭ କାମନା ଜଣାଇଛନ୍ତି ।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟରରେ ରଜନୀକାନ୍ତଙ୍କୁ ଓ୍ବିଶ୍ କରି ଲେଖିଛନ୍ତି ଯେ- ପ୍ରିୟର ରଜନୀକାନ୍ତ ମହାଶୟ,ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା । ଭଗବାନ କରନ୍ତୁ ଆପଣ ସବୁବେଳେ ସୁସ୍ଥ ରୁହନ୍ତୁ ଏବଂ ଦୀର୍ଘାୟୁ ହୁଅନ୍ତୁ । ଏହା ବ୍ୟତୀତ ଦିଗ୍ଗଜ ମ୍ୟୁଜିକ୍ କମ୍ପୋଜର ଏ ଆର ରେହମାନ ଏହି ଅବସରରେ ଲେଖିଛନ୍ତି ଯେ- ସୁପରଷ୍ଟାର୍ ରଜନୀକାନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକଙ୍କ ତରଫରୁ ଏହି C.D.P ଜାରି କରି ସେ ବହୁତ ଖୁସି ଏବଂ ସମ୍ମାନିତ ଅନୁଭବ କରୁଛନ୍ତି ।ଦକ୍ଷିଣ ଭାରତୀୟ ଅଭିନେତା ଭେଙ୍କଟ ପ୍ରଭୁ ତାଙ୍କ ଜନ୍ମଦିନରେ ଲେଖିଛନ୍ତି- ଜନ୍ମଦିନର ଶୁଭକାମନା ଥଲାଇବା । ତାମିଲନାଡ଼ୁର ଉପମୁଖ୍ୟମନ୍ତ୍ରୀ ଓ ପନ୍ନିରସେଲଭମ ମଧ୍ୟ ରଜନୀକାନ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ- ନିଜ ନିରନ୍ତର କାମ ଏବଂ ଅଦ୍ଭୁତ ପ୍ରତିଭା ଯୋଗୁଁ ରଜନୀ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏତେ ବଡ଼ ସଫଳତା ହାସଲ କରିଛନ୍ତି । ତାଙ୍କ ଦୀର୍ଘାୟୁର କାମନା କରୁଛନ୍ତି ।୭୦ବର୍ଷ ବୟସରେ ମଧ୍ୟ ସେ ଫିଲ୍ମରେ ସକ୍ରିୟ ଅଛନ୍ତି ଏବଂ ବ୍ଲକବଷ୍ଟର ଫିଲ୍ମ ଦେଉଛନ୍ତି । ତାଙ୍କର କିଛି ସୁପରହିଟ୍ ଫିଲ୍ମ ମଧ୍ୟରେ କଓ୍ବାଲି,ଲିଙ୍ଗା,୨.୦ପେଟା ଏବଂ ଦରବାର ଭଳି ରହିଛି । ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ଭଳି ସମ୍ମାନରେ ସମ୍ମାନିତ କରାଯାଇସାରିଛି ।

Exit mobile version