ଖେଳଦେଶନ୍ୟୁଜ୍ମନୋରଞ୍ଜନ

ଆଜି ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସକୁ ଭେଟିବ ସନ ରାଇଜର୍ସ ହାଇଦ୍ରାବାଦ, ଗତକାଲି ସୁପର ଓଭରରେ ବାଜି ମାରିଲା ଆରସିବି l

ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୯ .୦୯.୨୦୨୦ : ଆଜି ଆଇପିଏଲର ଏକାଦଶ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ଭେଟିବ ସନ ରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀ ପ୍ରଥମ ଦୁଇଟି ମ୍ୟାଚ ଜିତିଥିବା ବେଳେ ହାଇଦ୍ରାଵାଦ ବିଜୟର ସ୍ଵାଦ ଚାଖି ପାରି ନାହିଁ । ଦିଲ୍ଲୀ ଆଜି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ । ସେପଟେ ଆଜି ପ୍ରଥମ ମ୍ୟାଚ ଜିତି ହାଇଦ୍ରାବାଦ ଦୁଇ ପଏଣ୍ଟ ନେବାକୁ ଚେଷ୍ଟା କରିବ । ଭାରତୀୟ ସମୟ ସୀମା ଅନୁସାରେ ଏହି ମ୍ୟାଚ ଆବୁଧାବିର ଶେଖ ଜାୟେଦ ଷ୍ଟାଡିଅମରେ ସନ୍ଧ୍ୟା ୭:୩୦ରେ ଖେଳାଯିବ ।ଗତକାଲି ଆଇପିଏଲର ଏକ ସଙ୍ଘର୍ସ ପୂର୍ଣ୍ଣ ମ୍ୟାଚର ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ ଚାଲେଞ୍ଜର ବାଙ୍ଗାଲୋରକୁ ହରାଇଛି । ପ୍ରଥମେ ବ୍ୟାଟିଙ୍ଗ କରି ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୩ ବିସକେତ ହରାଇ ୨୦୧ ରନ ସ୍କୋର କରିଥିଲା । ଦଳ ପକ୍ଷରୁ ଦେବଦୂତ ପାଡ଼ିକଲ, ଆରୋନ ଫିଞ୍ଜ ଏବଂ ଏବି ଡିଭିଲିୟସ ଅର୍ଦ୍ଧଶତକ ହାସଲ କରିଥିଲେ. ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୫ ବିସକେତ ହରାଇ ସମାନ ୨୦୧ ରନ କରିଥିଲା ।  ଦଳ ପକ୍ଷରୁ ଇଶାନ କିଶନ ସର୍ବାଧିକ ୯୯ ରନ କରିଥିବାବେଳେ କିରନ ପୋଲାର୍ଡ ୬୦ ରନ କରିଥିଲେ ।

Show More
Back to top button