

ସତ୍ୟଶିଖା(ଭୁବନେଶ୍ୱର ) ୨୫.୦୮ .୨୦୨୧: ତୃତୀୟ ଲହର ଆସିଲେ ବି ଦ୍ଵିତୀୟ ଲହର ଭଳି ପ୍ରଭାବ ନପକାଇପାରେ। ଯଦି ଭୂତାଣୁ ରୂପ ବଦଳାଏ ତାହା ହେଲେ ପ୍ରଭାବ ଅଧିକ ରହିବ। ହେଲେ ଯଦି ଭୂତାଣୁ ରୂପ ନବଦଳାଏ ତାହାହେଲେ ଏତେ ପ୍ରଭାବ ରହିବ ନାହିଁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।
ତୃତୀୟ ଲହରର ପ୍ରଭାବ ଏବଂ ସରକାର ଏନେଇ ପ୍ରସ୍ତୁତ କି ନାହିଁ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ, ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କେଉଁ ମଡେଲ କହୁଛି, ତୃତୀୟ ଲହରରେ ଦେଶରେ ଦିନକୁ ୪ରୁ ୫ ଲକ୍ଷ ପଜିଟିଭି ଚିହ୍ନଟ ହେବ। ଆଉ କେଉଁ ମଡେଲ କହୁଛି,ଏତେ ପ୍ରଭାବ ପଡିବ ନାହିଁ। ଆଇଆଇଟି କାନପୁର ସୂତ୍ର ମଡେଲ କହୁଛି, ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ। କିନ୍ତୁ ମଡେଲ ଯାହା କହୁ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
ଏହା ସହ ସେ କହିଛନ୍ତି ଯେ, କଟକ ଏସସିବିରେ ଏକମୋ ଚିକିତ୍ସା ଆସନ୍ତା ୨୭ତାରିଖରେ ଆରମ୍ଭ ହେବ। ପୂର୍ବ ଭାରତରେ ସରକାରୀ ଭାବେ ଏହା ହେବ ସବୁଠାରୁ ବଡ଼ ୟୁନିଟ । ଗତକାଲି ଏନେଇ ଏସସିବି ମେଡିକାଲରେ ସମୀକ୍ଷା କରାଯାଇଛି। ଏସସିବିରେ ସମୁଦାୟ ୯ଟି ଇକୋମୋ ମେସିନ ରହିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।