ମେନ୍ୟୁ କାର୍ଡକୁ ନେଇ ନୂଆ ନିୟମ ଜାରି କଲେ ସରକାର

ସତ୍ୟଶିଖା (ନୂଆଦିଲ୍ଲୀ) ୧୫.୧୨.୨୦୨୦ : ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ ଇଣ୍ଡିଆ (F.S.S.A.I) ଏକ ବଡ ପଦକ୍ଷେପ ନେଇଛି । ଅଥୋରିଟି ମେନ୍ୟୁ ଲେଭଲିଙ୍ଗର ନିୟମ ପ୍ରସ୍ତୁତ କରିଛି । ନୂଆ ନିୟମ ଅନୁସାରେ ରେସ୍ତୋରାଁର ମେନ୍ୟୁ କାର୍ଡରେ ବର୍ତ୍ତମାନ ଖାଦ୍ୟର ନ୍ୟୁଟ୍ରିସନ ଭେଲ୍ୟୁ ଲେଖିବା ଜରୁରୀ । ଏହାଦ୍ୱାରା ଆପଣ ଜାଣିପାରିବେ ଖାଦ୍ୟରେ କେତେ ମାତ୍ରାରେ କ୍ୟାଲୋରୀ ଅଛି । ମେନ୍ୟୁ ଲେଭଲିଙ୍ଗ କରିବା ସମୟରେ ପୋଷାକ ତତ୍ତ୍ୱର ମାତ୍ରା ମଧ୍ୟ ଲେଖିବାକୁ ପଡିବ । ଭାରତ ସରକାର ନୂଆ ଲେଭଲିଙ୍ଗ ଓ ଡ଼ିସପ୍ଲେ ରେଗୁଲେସନ ଜାରି କରିଛନ୍ତି । ୧୦ରୁ ଅଧିକ ଚେନ ବିଶିଷ୍ଟ ରେସ୍ତୋରାଁରେ ଏହି ନିୟମ ଲାଗୁ ହେବ । ଏଫଏସଏସଏଆଇ ବହୁ ଦିନରୁ ଲେଭଲିଙ୍ଗ୍ ରେଗୁଲସନ୍ ଠିକ୍ କରିବାକୁ ପ୍ରୟାସ କରୁଥିଲା । ବର୍ତ୍ତମାନ ଏହାକୁ ନୋଟିଫାଏ କରାଯାଇଛି ।ସୂଚନାଯୋଗ୍ୟ ଯେ, ଏଫଏସଏସଏଆଇର ନୂଆ ନିୟମ ୧୦ରୁ ଅଧିକ ବ୍ରାଞ୍ଚ ବିଶିଷ୍ଟ ରେସ୍ତୋରାଁ ଉପରେ ଲାଗୁ ହେବ । ସେଣ୍ଟ୍ରାଲ ଲାଇସେନ୍ସ ନେଇ କିମ୍ବା ୧୦ରୁ ଅଧିକ ଜାଗାରେ ରେସ୍ତୋରାଁ ଚଳାଉଥିବା କମ୍ପାନୀ ପାଇଁ ଏହା ଜରୁରୀ ଯେ ସେମାନେ ନିଜର ମେନ୍ୟୁ କାର୍ଡରେ କ୍ୟାଲୋରୀ ସମ୍ବନ୍ଧୀୟ ସୂଚନା ଦେବେ । ତାଛଡା ମେନ୍ୟୁ କାର୍ଡରେ ଲେଖିବାକୁ ହେବ ଯେ କେତେ ମାତ୍ରାରେ କ୍ୟାଲୋରୀ କାହା ପାଇଁ ପର୍ଯ୍ୟାପ୍ତ ।
ଭାରତ ସରକାରଙ୍କ ଏହି ନୋଟିଫିକେସନ ହିସାବରେ ମେନ୍ୟୁ କାର୍ଡ, ଡ଼ିସପ୍ଲେ ବୋର୍ଡ କିମ୍ବା ବୁକଲେଟରେ ଖାଦ୍ୟ ଆଇଟମ ସହ ତାର ନ୍ୟୁଟ୍ରିସନ ଭେଲ୍ୟୁ ସମ୍ବନ୍ଧରେ ସୂଚନା ଦେବା ଜରୁରୀ । ପିଜ୍ଜା, ବର୍ଗର ବିକ୍ରି କରୁଥିବା ଫୁଡ୍ ଚେନ ଭଳି ପିଜ୍ଜା ହଟ୍, ଡୋମିନାଜ୍, ମ୍ୟାକଡୋନାଲ୍ଡ ଆଦିଙ୍କୁ ମଧ୍ୟ ନିଜର ଫୁଡ୍ ଆଇଟମରେ କ୍ୟାଲୋରୀ ମାତ୍ରା ଦର୍ଶାଇବାକୁ ହେବ । ତାଛଡା ହୋଟେଲ ଓ ବଡ ବଡ ରେସ୍ତୋରାଁକୁ ମଧ୍ୟ ନିଜ ମେନ୍ୟୁରେ କ୍ୟାଲୋରୀ ମାତ୍ରା ଦର୍ଶାଇବାକୁ ହେବ ।ଗୋଟିଏ ୧୦୦ ଗ୍ରାମର ପିଜ୍ଜାରେ ୨୬୦ କ୍ୟାଲୋରୀ ଥାଏ । ୧୦୦ ଗ୍ରାମର ବର୍ଗରରେ ୨୯୫ କ୍ୟାଲୋରୀ ଥାଏ । ଜଣେ ଆକ୍ଟିଭ ବ୍ୟକ୍ତିଙ୍କୁ ନିୟମିତ ୨୦୦୦ କ୍ୟାଲୋରୀ ଏନର୍ଜି ଆବଶ୍ୟକ ହୋଇଥାଏ । କାମ ହିସାବରେ ଲୋକଙ୍କ ମଧ୍ୟରେ କ୍ୟାଲୋରୀ ଆବଶ୍ୟକତା ଭିନ୍ନ ଭିନ୍ନ । ସେଥିପାଇଁ ପ୍ରତ୍ୟେକ ଫୁଡ ଆଇଟମରେ ତାର ନ୍ୟୁଟ୍ରିସନ ଭେଲ୍ୟୁ ଲେଖାଥିବା ଦ୍ୱାରା କାହାକୁ କେତେ କ୍ୟାଲୋରୀ ଆବଶ୍ୟକ ତାହା ଜାଣିହେବ ।