ସତ୍ୟଶିଖା (କଟକ) ୨୮/୧୧/୨୦୨୦ : କଟକ ନୟାସଡକ ସ୍ଥିତ .I.I.F.Lରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ବ୍ୟକ୍ତି ହେଲେ ମଙ୍ଗଳାବାଗ ଥାନା ଅଞ୍ଚଳର ସୁନା ଦୋକାନୀ ସରୋଜ କୁମାର ପୃଷ୍ଟି ଏବଂ ଲାଲବାଗ ଥାନା ଆଲମଚାନ୍ଦ ବଜାର ଅଞ୍ଚଳର ଲଲିତ କୁମାର ସୋନି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କୁ ମିଶାଇ ସୁନା ଲୁଟ୍ ମାମଲାରେ ଗିରଫ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଉଭୟ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟର ସହଯୋଗୀ ଥିବା ସୂଚନା ମିଳିଛି ।
ସୁନା ଲୁଟ୍ ମାମଲା IIFLରୁ
