ଅପରାଧନ୍ୟୁଜ୍ରାଜ୍ୟ

ମାଟ୍ରିମୋନି ସାଇଟରେ ସାଇବର ଠକଙ୍କ ଜାଲରେ ଫସିଲେ ଯୁବତୀ, ଚଳୁ ହୋଇଗଲା ୨୦ଲକ୍ଷ

ସତ୍ୟଶିଖା ( ଭୁବନେଶ୍ୱର ) ୦୧ /୧୨ /୨୦୨୧: ମାଟ୍ରିମୋନି ସାଇଟରେ ରେଜିଷ୍ଟ୍ରେସନ କରି ଜଣେ ଯୁବତୀ ଫସି ଯାଇଛନ୍ତି । ସାଇବର ଠକଙ୍କ ଶିକାର ହୋଇ ୨୦ ଲକ୍ଷ ଟଙ୍କା ହରାଇଛନ୍ତି । ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ଠକେଇର ଶିକାର ହୋଇଥିବା ଯୁବତୀ ହେଲେ କେନ୍ଦ୍ରାପଡ଼ାର ।

ଯୁବତୀ ଜଣଙ୍କ ଭାରତ ମାଟ୍ରିମୋନିର ସିଲଭର ମେମ୍ବରସିପ୍ ସାଇଟର ସଦସ୍ୟ ଥିଲେ । ସେହି ସାଇଟ୍ ଜରିଆରେ ଅଜିତ ନାମରେ ଜଣେ ବ୍ୟକ୍ତି ଯୁବତୀଙ୍କ ସହ ହ୍ୱାଟସଆପରେ ଯୋଗାଯୋଗ କରିଥିଲା । ସେମାନଙ୍କ ଭିତରେ ବନ୍ଧୁତା ବଢ଼ିବା ପରେ ଚାଟିଂ କରିଥିଲେ । ସାଇବର ଠକ ଏକ ଗିଫ୍ଟ ତାଙ୍କ ପାଇଁ ପଠାଇବାକୁ ଚାହୁଛନ୍ତି ଓ ଏଥିପାଇଁ ସେ ତାଙ୍କ ଠିକଣା ମାଗିଥିଲେ । କିନ୍ତୁ ଯୁବତୀ ଠିକଣା ଦେବାକୁ ମନା କରିବାରୁ କେବଳ ଫୁଲ ଓ ଚକୋଲେଟ୍ ପଠାଇବାକୁ ଅନୁରୋଧ କରିଥିଲା ସାଇବର ଠକ । ସେ ରାଜି ହୋଇ ଠିକଣା ଦେବାର କିଛି ଦିନ ପରେ ଜଣେ ଯୁବତୀ ନିଜକୁ ବିଦେଶର ଏକ କୋରିଅର ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇ ଫୋନ୍ କରି ଗିଫ୍ଟ ଆସିଥିବା କହିଥିଲେ ।

ଏଥିପାଇଁ ୨୫ହଜାର ଟଙ୍କା ଡେଲିଭରି ଚାର୍ଜ ପଡ଼ିବ ବୋଲି କହିଥିଲେ । ସାଇବର ଠକ ଅନୁରୋଧକ୍ରମେ ଯୁବତୀ ୨୫ ହଜାର ଟଙ୍କା ଦେଇଥିଲେ । ଏହା ପରେ କୋରିଅର କମ୍ପାନି କର୍ମଚାରୀ ପରିଚୟ ଦେଇଥିବା ଯୁବତୀ ବାରମ୍ବାର ଟଙ୍କା ମାଗିଥିଲେ । ଯଦି ଟଙ୍କା ନ ଦିଅନ୍ତି ଅଜିତକୁ ମନି ଲଣ୍ଡରିଂ ମାମଲାରେ ଜେଲରେ ପୂରାଇ ଦେବେ ବୋଲି ଧମକ ଦେଇଥିଲେ । ଅଭିଯୋଗକାରୀ ଯୁବତୀ ୨ ଲକ୍ଷ ୩୩ ହଜାର ଟଙ୍କା ଦେଇଥିଲେ । ଏହା ପରେ ବ୍ଲାକମେଲର ଶିକାର ହୋଇ ବିଭିନ୍ନ ପର୍ଯ୍ୟାୟରେ ୨୦ ଲକ୍ଷ ୪୮ ହଜାର ୯୪୯ଟଙ୍କା ଦେଇଥିଲେ । ଠକାମିର ଶିକାର ହୋଇଥିବା ଜାଣିବା ପରେ ସେ ସାଇବର ଥାନାର ଦ୍ୱାରସ୍ଥ ହେବାରୁ ଆଇପିସି ଦଫା-୪୧୯,୪୨୦,୩୪ ଏବଂ ଆଇଟି ଆଇନର ଧାରା-୬୬(ସି), ୬୬(ଡି)ରେ ମାମଲା ରୁଜୁ କରିଛି ।

Show More
Back to top button