

ସତ୍ୟଶିଖା ୨୭.୦୭.୨୦୨୦ : କରୋନା ମହାମାରୀ ବେଳେ ହ୍ଵାଟସଆପରେ ଅଭିଯୋଗ କରିବେ ସାଧାରଣ ଜନତା । ଲୋକମାନେ ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ କରିବା ପାଇଁ ହ୍ଵାଟସଆପ ନମ୍ବର ଜାରି କରିଛନ୍ତି କଟକ ଡିସିପି । 8763068167 ନମ୍ବର ଜାରି କରାଯାଇଛି । ମହାମାରୀ କରୋନାରେ ହେଉଥିବା ସମସ୍ୟା ସମ୍ପର୍କରେ ଏହି ନମ୍ବରରେ ଅଭିଯୋଗ କରିପାରିବେ ବୋଲି ଟ୍ଵିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି । ତେବେ ଅଭିଯୋଗ କରିବା ପରେ ଏହି ସମସ୍ୟାର ସମାଧାନ କରିବା ଲାଗି ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି ।