ଦୁର୍ଘଟଣାନ୍ୟୁଜ୍ରାଜ୍ୟ

ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ସତ୍ୟଶିଖା ୧୩/୦୧/୨୦୨୧ : ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଖବର ଅନୁଯାୟୀ, ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ଗ୍ୟାସ୍‌ ଟ୍ୟାଙ୍କର । ହଠାତ୍‌ ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଛି ଗ୍ୟାସ୍‌ ଟ୍ୟାଙ୍କର । ଘନକୁହୁଡି ଲାଗି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଯାହାଫଳରେ କି ରାସ୍ତାର ଉଭୟ ପାର୍ଶ୍ୱରେ ଅଟିକିଛି ଅନେକ ଗାଡି । ଘଟଣାସ୍ଥଳରେ  ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Show More
Back to top button