

ସତ୍ୟଶିଖା ୦୭ .୧୦.୨୦୨୦ : ଚାରିଆଡେ ହୁ ହୁ ହୋଇ ବଢିଚାଲିଛି କରୋନା ଭାଇରସ । କରୋନା ସଂକ୍ରମଣ ଚେନ୍କୁ ଭାଙ୍ଗିବା ପାଇଁ ଉଭୟ ସରକାର ଓ ସ୍ଥାନୀୟ ପ୍ରଶାସନ ଅହରହ ଉଦ୍ୟମ ଜାରି ରଖିଛନ୍ତି । ତେବେ ଏସବୁ ଭିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ସବ୍ଡିଭିଜନ ଅଧିନରେ ଥିବା ପୋଲସର ବ୍ଲକ ପ୍ରଥମ ବ୍ଲକ ଭାବେ କରୋନା ମୁକ୍ତ ହୋଇଛି । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୋଲସରା ବ୍ଳକ୍ରେ ଆଉ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉନଥିବା ବେଳେ ଗତ ତିନିଦିନ ହେଲା ଜଣେ ବି କରୋନାର ସକ୍ରିୟ ରୋଗୀ ନାହାନ୍ତି ।
ପୋଲସରା ବ୍ଲକକୁ ୧୮ ହଜାର ୫୪୬ଜଣ ପ୍ରବାସୀ ଫେରିଥିଲେ । ସେମାନଙ୍କ ମଧ୍ୟରୁ ୧୮,୧୦୮ ଜଣଙ୍କ କରୋନା ଟେଷ୍ଟ ହୋଇଥିବା ବେଳେ ଏଯାବତ ୫୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୫୭୩ ଜଣ ସୁସ୍ଥ ହୋଇଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇଛି ।
ପୋଲସର ବ୍ଲକର ଜନସାଧାରଣ ସଚେତନ ହେବା ସହ ସତର୍କ ରହିବା । ପ୍ରଶାସନିକ ତତ୍ପରତା ଓ ପ୍ରଚେଷ୍ଟା, ପଞ୍ଚାୟତିରାଜ ପ୍ରତିନିଧି, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଆପ୍ରାଣ ପ୍ରଚେଷ୍ଟା ଯୋଗୁଁ ଏହି ସଫଳତା ମିଳିଛି । ସେହିପରି ଛତ୍ରପୁର ସ୍ଥିତ ଡ଼ିଆରଡ଼ିଏ କାର୍ଯ୍ୟାଳୟ ଓ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ କରୋନା ମୁକ୍ତ ଭାବେ ଜିଲ୍ଲାପାଳଙ୍କ ଠାରୁ ପ୍ରମାଣପତ୍ର ମିଳିସାରିଛି ।