

ସତ୍ୟଶିଖା( ଭୁବନେଶ୍ୱର )୧୩.୦୫.୨୦୨୨ : ସମ୍ବଲପୁର: ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ପାଇଲଟ ଗୋପାଳକୃଷ୍ଣ ପଣ୍ଡାଙ୍କ ଅନ୍ତିମ ସଂସ୍କାର ଛତିଶଗଡ଼ର ରାୟପୁରଠାରେ କରାଯିବ ବୋଲି ସୂଚନା ମିଳିଛି। ଛତିଶଗଡ଼ ରାଜ୍ୟ ସରକାର ଗୋପାଳକୃଷ୍ଣ ପଣ୍ଡାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଇବେ ବୋଲି ଜଣାଯାଇଛି। ଏହି ସୂଚନା ମିଳିବା ପରେ ଉଇଂ କମାଣ୍ଡର ଶ୍ରୀ ପଣ୍ଡାଙ୍କର ପରିବାର ଓ ସଂପର୍କୀୟମାନେ ରାୟପୁର ଅଭିମୁଖେ ବାହାରିଥିବା ଜଣାଯାଇଛି। ସେମାନେ ରାୟପୁରରେ ପହଞ୍ଚିବା ପରେ ଗୋପାଳକୃଷ୍ଣ ପଣ୍ଡାଙ୍କ ଅନ୍ତିମ ସଂସ୍କାର କରାଯିବ।