

ସତ୍ୟଶିଖା (ବାଲେଶ୍ୱର) ୦୩/୦୨/୨୦୨୧ : ଜେଲ ଗଲେ ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ । ଲାଂଚ ମାମଲାରେ ଛନ୍ଦି ହୋଇ ଭିଜିଲାନ୍ସ ବିଭାଗ ସହ ୭ ମାସ ଧରି ଲୁଚକାଳି ଖେଳିବା ପରେ ଶେଷରେ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୨ ସପ୍ତାହ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସରୋଜିନୀ ବାଲେଶ୍ୱର ଟାଉନ ଥାନା ଦାୟିତ୍ୱରେ ଥିବାବେଳେ ଏକ ଜମିଜମା ବିବାଦର ସମାଧାନ ପାଇଁ ୨୫ ହଜାର ଟଙ୍କା ଲାଂଚ ମାଗିଥିବା ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା ।
ସୂଚନା ମୁତାବକ, ସରୋଜିନୀ ବାଲେଶ୍ୱର ଟାଉନ ଥାନା ଦାୟିତ୍ୱରେ ଥିବାବେଳେ ଗତ ୨୦୨୦ ଜୁଲାଇ ୧ ତାରିଖରେ ଏକ ଜମିଜମା ମାମଲାର ସମାଧାନ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ସେବେଠାରୁ ସେ ଫେରାର୍ ଥିଲେ । ଭିଜିଲାନ୍ସ ଜେରାରୁ ବର୍ତ୍ତିବା ପାଇଁ ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ମାତ୍ର, ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଶେଷରେ ଆଜି ସେ ଭିଜିଲାନ୍ସ କୋର୍ଟରେ ହାଜର ହୋଇ ଆତ୍ମ ସମର୍ପଣ କରିଥିଲେ ।