ଶିକାରୀ ଆଡ୍ଡାରେ ବନବିଭାଗର ଅତର୍କିତ ଚଢାଉ

ସତ୍ୟଶିଖା ୨୬/୦୧/୨୦୨୧ : ଶିକାରୀ ଆଡ୍ଡା ଉପରେ ଚଢାଉ । ବନ୍ଧୁକ, ବାର୍‌ହା ମାଂସ ଓ ଶିକାର ସରଞ୍ଜାମ ଜବତ ସହ ୪ଜଣଙ୍କୁ ଗିରଫ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନକର୍ମଚାରୀମାନେ ଶିକାରୀ ଆଡ୍ଡା ଉପରେ ଚଢାଉ କରିଛନ୍ତି । ଖବର ଅନୁଯାୟୀ, ଜିଲ୍ଲା ବିଭିନ୍ନ ସ୍ଥାନରେ ଜୀବଜନ୍ତୁଙ୍କୁ ଶିକାର କରି ମାଂସ ବିକ୍ରି କରୁଥିଲେ । ଯାହାର ଖବର ପାଇବା ପରେ ବନବିଭାଗ ତୀକ୍ଷ୍ନ ନଜର ରଖିଥିଲା । ବିଶେଷ ସୁତ୍ରରୁ ଖବର ପାଇ ହିନ୍ଦୋଳ ବନକର୍ମଚାରୀମାନେ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ଶିକାରୀ ଆଡ୍ଡା ଉପରେ ଚଢାଉ କରିଛନ୍ତି । ହିନ୍ଦୋଳ ବନାଞ୍ଚଳର ଏହି ଚଢ଼ାଉ ବେଳେ ୪ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ।

ତେବେ ଗିରଫ ହୋଇଥିବା ୪ ଶିକାରୀମାନେ ହେଲେ ରାଧନାଥପୁର ଗାଁର ସୁଜନ ନାୟକ, ପାର୍ଥ ଭୋଇ, ବୁଲା ସାହୁ ଓ ତପନ ସାହୁ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ  ଗୋଟିଏ ବନ୍ଧୁକ,  କିଛି ବାରହା ମାଂସ ଓ ଶିକାରୀ ସରଞ୍ଜାମ ଜବତ କରାଯାଇଛି ।

Exit mobile version