ରୂପସଜ୍ଜାସ୍ୱାସ୍ଥ୍ୟ

ଉଚ୍ଚ ରକ୍ତଚାପକୁ ଠିକ୍‌ କରିବା ପାଇଁ ମନ୍ଦାର ଫୁଲ ଏକ ଅବ୍ୟର୍ଥ ଔଷଧ ପରି କ‌lମ ଦିଏ।

ସତ୍ୟଶିଖା ୦୮/୦୯/୨୦୨୫: ମନ୍ଦାର ଫୁଲରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଥାଏ। ସେଥିପାଇଁ ଏହା କେଶ ଉପୁଡ଼ୁଥିବା ଭଳି ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା କେଶକୁ ରାସାୟନିକ ପ୍ରଭାବରୁ ବଞ୍ଚାଇଥାଏ। ସେଥିପାଇଁ ଉତ୍ତମ କେଶ ଚାହୁଁଥିଲେ ମନ୍ଦାର ରସ ‌କେଶରେ ଲଗାନ୍ତୁ।

ଏହି ଫୁଲର ଚା’ ଏବଂ ସର୍ବତ ମଧ୍ୟ ପ୍ରସ୍ତୁତ କରି ଆପଣ ପିଇ ପାରିବେ। ଏହାର ସର୍ବତ ପ୍ରତିଦିନ ପାନ କରିବା ଦ୍ଵାରା ଶରୀର ଥଣ୍ଡା ରହିଥାଏ ଏବଂ ଜ୍ୱର, ନାକରୁ ରକ୍ତ ବୋହିବା, ମୁଣ୍ଡବ୍ୟଥା ଓ ଯାଦୁ ଆଦି ରୋଗକୁ ଦୂର କରିଥାଏ। ଏଥିସହିତ ହୃଦୟ ଏବଂ ମସ୍ତିଷ୍କକୁ ଶକ୍ତି ପ୍ରଦାନ କରିଥାଏ। ମନ୍ଦାର ଫୁଲ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ। ଏହାର ରସ ଶରୀରରେ ଥିବା ଅତ୍ୟଧିକ କୋଲେଷ୍ଟ୍ରୋଲକୁ କମାଇବାରେ ମଧ୍ୟ ରାମବାଣ ଭଳି କାମ କରିଥାଏ। ତେବେ ଜାଣିରଖନ୍ତୁ ଯେ ଏହି ମନ୍ଦାର ଗଛ ପାଇଁ ପ୍ରଚୁର ସୂର୍ଯ୍ୟ କିରଣ, ସ୍ଥିର ଆର୍ଦ୍ରତା ଏବଂ ଉପଯୁକ୍ତ ତାପମାତ୍ରା ଆବଶ୍ୟକ ହୋଇଥାଏ।

Show More
Back to top button