ନ୍ୟୁଜ୍

ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା ।

ସତ୍ୟଶିଖା ୦୯/୧୦/୨୦୨୫: ବୁଧବାର ଭୁବନେଶ୍ୱରରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଥିଲା । ପ୍ରବଳ ବର୍ଷା ଲାଗି ରାଜଧାନୀର କିଛି ସ୍ଥାନରେ ପାଣି ଜମି ରାସ୍ତା ଜାମ ହୋଇଥିବା ବେଳେ ଲିଙ୍ଗରାଜକୁ ଆସିଛି ଏକ ଅଘଟଣର ଖବର । ବଜ୍ରପାତରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରର ପତାକା ପୋଡିଯାଇଛି। ସେହିପରି ବଜ୍ରପାତରେ ଲିଙ୍ଗରାଜ ମନ୍ଦିରରେ ଲାଗିଥିବା କିଛି ସିସିଟିଭି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି । ଏହି ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। ସେହିପରି ବଜ୍ରପାତ ପ୍ରଭାବରେ ମନ୍ଦିରର ଗର୍ଭଗୃହରେ ଲାଗିଥିବା ବଲ୍‌ବ ମଧ୍ୟ ପୋଡ଼ି ଯାଇଛି । ବାକି ଆଉ କିଛି କିଛି ସ୍ଥାନରେ ମଧ୍ୟ ବଲ୍‌ବ ପୋଡ଼ିଯାଇଛି । ଏହାସହିତ ମନ୍ଦିରର ଅନେକ ସ୍ଥାନରେ କ୍ଷୟକ୍ଷତିର ସୂଚନା ମିଳିଛି ।

ସେପଟେ ମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ତୁରନ୍ତ ମରାମତି କରାଯିବ ସହ ଆଗକୁ କିପରି ବଜ୍ରପାତରେ କ୍ଷୟକ୍ଷତି ହେବ ନାହିଁ , ସେସଂପର୍କରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

Show More
Back to top button