Uncategorizedଦେଶରାଜନୀତି

ଆସନ୍ତାକାଲି ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ମତଦାନ

ସତ୍ୟଶିଖା,(ନୂଆଦିଲ୍ଲୀ) ୨୬ .୦୩ .୨୦୨୧ : ଦେଶର ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଏନେଇ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । କରୋନା କାଳରେ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଅନ୍ୟ ସମୟର ନିର୍ବାଚନ ଠାରୁ ଅଧିକ ସର୍ତ୍ତକତା ଅବଲମ୍ବନ କରାଯାଉଛି । କିଛି କିଛି ପୋଲିଂ ବୁଥ୍ ରେ ପୋଲିଂ ପାର୍ଟି ପହଂଚିସାରିଥିବା ବେଳେ କିଛି ବୁଥ୍ କୁ ଯିବାକୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଲାଇନ ଲଗାଇ ଆବଶକୀୟ ସରଞ୍ଜାମ ନେଉଛନ୍ତି ପୋଲିଂ ପାର୍ଟି । ଏହାସହ ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରାଇବାକୁ ବ୍ୟାପକ ପରିମାଣର ପୋଲିସ ଓ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟ ମତଦାନରେ ଆସାମର ୪୭ ଟି ବିଧାନସଭା ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏଥିରେ ୧୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସେହିଭଳି ପଶ୍ଚିମବଙ୍ଗର ୩୦ ଟି ବିଧାନସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଏଥିରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱାଧିନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୯୧ ଜଣ ପ୍ରତିଦ୍ୱନ୍ଦି ରହିଛନ୍ତି ।

Show More
Back to top button