ସତ୍ୟଶିଖା ୦୭ .୦୮ .୨୦୨୦ : ନୂଆଦିଲ୍ଲୀ: ଆଜିଠାରୁ ଦେଶର ପ୍ରଥମ କିସାନ ସ୍ପେଶାଲ ପାର୍ସଲ ଟ୍ରେନ କିମ୍ବା କିସାନ ରେଳ ସେବା ଆରମ୍ଭ ହେବ। ଏହି ଟ୍ରେନ୍ ସକାଳ 11 ଟାରୁ ଆରମ୍ଭ ହେବ ଏବଂ ଏହା ମହାରାଷ୍ଟ୍ରର ଦେବଲାଲି ଏବଂ ବିହାରର ଦାନାପୁର ରେଳ ଷ୍ଟେସନ ମଧ୍ୟରେ ସାମଗ୍ରୀ ପରିବହନ କରିବ ବୋଲି ଜଣାପଡିଛି । ଏହି କିସାନ ରେଳ ଫଳ ଏବଂ ପନିପରିବା ବହନ କରିବ ଏବଂ ଅନେକ ଷ୍ଟେସନରେ ଯାତ୍ରୀ ସେବା ପରି ଅଟକି ରହିବ ଏବଂ ସାମଗ୍ରୀ ପିକଅପ୍ କରି ସେଗୁଡିକୁ ବିତରଣ କରିବ । ଏହି ଟ୍ରେନ୍ ନାସିକ୍ ରୋଡ୍, ମନମାଦ୍, ଜାଲଗାଓଁ, ଭୁସାଭାଲ, ବୁରହାନପୁର, ଖଣ୍ଡୱା, ଲାର୍ଟସି, ଜବଲପୁର, ସତନା, କଟନୀ, ମାଣିକପୁର, ପ୍ରୟାଗ ଛୋକୀ, ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ନଗର ଏବଂ ବକ୍ସରରେ ଅଟକି ରହିବ ।
ଭିଡିଓ କନଫେରେନ୍ସ ମାଧ୍ୟମରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଏହି ଟ୍ରେନରୁ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିବେ । ଏହି ଟ୍ରେନ୍ ଦାନପୁରରେ 8 ଅଗଷ୍ଟରେ 6:45 PM ରେ ପହଞ୍ଚିବାକୁ ସ୍ଥିର ହୋଇଛି। ପ୍ରାୟ 32 ଘଣ୍ଟା ମଧ୍ୟରେ ଏକ ହଜାର 519 କିଲୋମିଟର ଦୂରତା ଅତିକ୍ରମ କରିବ । ଏହି ରେଳ କୃଷକଙ୍କ ଆୟ ଦ୍ୱିଗୁଣିତ କରିବାରେ ରେଳବାଇ ଲକ୍ଷ୍ୟ ରଖିଛି । ଏହା ଅଳ୍ପ ସମୟ ମଧ୍ୟରେ ପନିପରିବା, ଫଳ ପରି ନଷ୍ଟ ହେଉଥିବା କୃଷିଜାତ ଦ୍ରବ୍ୟକୁ ବଜାରକୁ ଆଣିବାରେ ସାହାଯ୍ୟ କରିବ । ଫ୍ରିଜ ବ୍ୟବସ୍ଥା ବା ଶୀତଳୀ କରଣ ଯନ୍ତ୍ର ଦ୍ୱାରା ଆଗାମୀ ଦିନରେ ମାଛ, ମାଂସ ଏବଂ କ୍ଷୀରକୁ ଅନ୍ତର୍ଭୂକ୍ତ କରାଯିବ। ଚଳିତବର୍ଷ ବଜେଟ ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଏହି ଟ୍ରେନ ର ଘୋଷଣା କରିଥିଲେ ।