ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୧୨/୨୦୨୦ : ଜୋତା କମ୍ପାନୀ ବାଟା ସୁ ଅର୍ଗାନାଇଜେସନର ନୂଆ ସିଇଓ ହେଲେ ଜଣେ ଭାରତୀୟ । ବାଟା ଇଣ୍ଡିଆର ସିଇଓ ସନ୍ଦୀପ କଟାରିଆଙ୍କୁ କମ୍ପାନୀ ଗ୍ଲୋବାଲ ଲେବୁଲ ସିଇଓ ଭାବେ ଘୋଷଣା କରିଛି । କମ୍ପାନୀ ଏକ ପ୍ରତିକ୍ରିୟାରେ କହିଛି ଯେ, ନଭେମ୍ବର ୩୦ରେ ସନ୍ଦୀପଙ୍କୁ ଏହି ପଦୋନ୍ନତି ଦିଆଯାଇଛି । କମ୍ପାନୀର ସିଇଓ ହୋଇଥିବା ସନ୍ଦୀପ ହେଉଛନ୍ତି ପ୍ରଥମ ଭାରତୀୟ । ସେ ଆଲେକ୍ସିସ୍ ନାସାର୍ଡଙ୍କ ସ୍ଥାନ ନେବେ । କଟାରିଆର ୨୦୧୭ରେ ଭାରତରେ କମ୍ପାନୀର ସିଇଓ ଭାବେ କାମ କରି ଆସୁଥିଲେ । ଏବେ ସେ ଗ୍ଲୋବାଲ ସିଇଓ ଭାବେ ଦାୟିତ୍ୱ ସମ୍ପନ୍ନ କରିବେ ।
ସୂଚନାଯୋଗ୍ୟ, ବାଟା ଭାରତରେ ଦୀର୍ଘ ଦିନ ହେବ କାରବାର କରୁଛି । ଆଜିଠୁ ପ୍ରାୟ ୯୦ ବର୍ଷ ତଳେ ଦେଶରେ ପାଦ ଥାପିଥିଲା ବାଟା । ଏହାର ପ୍ରଥମ ଫାକ୍ଟ୍ରି କୋଲକାତାରେ ଖୋଲିଥିଲା । ଏହା ମଧ୍ୟବିତ୍ତ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ ।