ସତ୍ୟଶିଖା ( ନୂଆଦିଲ୍ଲୀ/ଭୁବନେଶ୍ୱର ) ୦୭ .୧୦.୨୦୨୦ : କେନ୍ଦ୍ରପଡ଼ା ସାଂସଦ ତଥା ଓଲିଉଡ଼ର ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ବୈବାହିକ ଜୀବନରେ ସୃଷ୍ଟି ହୋଇଥିବା ବିବାଦ ଏବେ କଟକ ଏସଡିଜେମ କୋର୍ଟଙ୍କ ବିଚାରଧୀନ ରହିଛି । ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ପିଟିସନ ଦାଖଲ କରିଛନ୍ତି । ଏହାର ଆଜି ପ୍ରଥମ ଶୁଣାଣି ରହିଛି । ତେବେ ଏହି ମାମଲାକୁ କଟକ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ରେ ଆବେଦନ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ତାଙ୍କ ମତ ନନେଇ ରାୟ ପ୍ରଦାନ ଉପରେ ଅନୁଭବ ବର୍ଷାଙ୍କ ପିଟିସନ ଉପରେ କ୍ୟାଭେଟ୍ ଫାଇଲ ମଧ୍ୟ କରିଥିଲେ ।
ଆଜି ପ୍ରଥମ ଶୁଣାଣି ପଟିଆଲା ହାଉସ କୋର୍ଟରେ ବର୍ଷା-ଅନୁଭବଙ୍କ ଛାଡ଼ପତ୍ର ମାମଲାର l
