ରାଜ୍ୟରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

ସତ୍ୟଶିଖା( ଭୁବନେଶ୍ୱର )୦୯.୦୬. ୨୦୨୨ : ରାଜଧାନୀରେ ଡରାଇଲାଣି ଡେଙ୍ଗୁ। ଗତ ୭ଦିନ ମଧ୍ୟରେ ଡମଣା ଓ ଶ୍ରୀବିହାର ଅଞ୍ଚଳରୁ ୧୨ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ବୁଧବାର ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅବସରପ୍ରାପ୍ତ ପୁଲିସ ଅଧିକାରୀ ସୁଦର୍ଶନ ସେଠୀଙ୍କ ଦେହ ଗୁରୁତର ଅସୁସ୍ଥ ହେବାରୁ ସେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ନମୁନା ପରୀକ୍ଷାରୁ ତାଙ୍କର ଡେଙ୍ଗୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ବୁଧବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ଚିକିତ୍ସାଳୟ ସୂତ୍ରରୁ ଜଣାପଡ଼ିଛି। ଏହା ଚଳିତ ବର୍ଷ ରାଜ୍ୟର ପ୍ରଥମ ଡେଙ୍ଗୁ ମୃତ୍ୟୁ। ଅନ୍ୟପକ୍ଷରେ ଡେଙ୍ଗୁ ମୃତ୍ୟୁକୁ ନେଇ ମଣ୍ଡଳ ଉପାୟୁକ୍ତ ପୁରନ୍ଦର ନନ୍ଦ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ପୁଲିସ ଅଧିକାରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

Exit mobile version