ସତ୍ୟଶିଖା (ଭୁବନେଶ୍ୱର) ୧୬ /୧୦/୨୦୨୦ : ଅବନିନ୍ଦ୍ର କୁମାର ବେହେରା, ମମତା ବେହେରାଙ୍କ ଝିଅ ଐଶ୍ୱର୍ଯ୍ୟା (ମୁନ୍ମୁନ୍)ଙ୍କ ଛୋଟ ବେଳୁ ଅଭିନେତ୍ରୀ ହେବାର ସ୍ବପ୍ନ ଥିଲା । ପିଲା ବେଳୁ ବିଭିନ୍ନ ମଞ୍ଚରେ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ସେ ବହୁବାର ପୁରସ୍କୃତ ହୋଇଛନ୍ତି । ୫ ବର୍ଷ ବୟସରେ ୧୮ଶହ ସୋଲୋ ପେଣ୍ଟିଂର ପ୍ରଦର୍ଶନୀ କରି ଚର୍ଚ୍ଚାକୁ ଆସିଥିଲେ । କଲେଜ ପଢା ବେଳେ ଏକ ରୁଷୀୟ ଚଳଚ୍ଚିତ୍ରରେ ତାଙ୍କୁ ବ୍ରେକ୍ ମିଳିଥିଲା ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ଚରିତ୍ରରେ । ଅଡିସନ୍ ପରେ ରୁଷୀୟ ଚଳଚ୍ଚିତ୍ର ‘ଏଲିକ୍ସିରୋ ଅଫ୍ ଇର୍ମୋଟାଲିଟି’ ପାଇଁ ସିଲେକ୍ଟ ହୋଇଥିଲେ । ଏଥିସହିତ ସେ ‘ଇଣ୍ଡିଆନ୍ ଆଇଡଲ୍’, ‘ରାଇଜିଂ ଷ୍ଟାର୍’, ‘ମାଷ୍ଟର ସେଫ୍’ ଆଦି ରିୟଲିଟି ସୋ’ର ଅଡିସନ୍ ମ୍ୟାନେଜମେଣ୍ଟ୍ କରିଛନ୍ତି ।
ଋଷ୍ ଚଳଚ୍ଚିତ୍ରରେ ମିଳିଥିଲା ପ୍ରଥମ ବ୍ରେକ୍ : ଐଶ୍ୱର୍ଯ୍ୟା
