

ସତ୍ୟଶିଖା (ଭୁବନେଶ୍ୱର) ୧୭ .୦୩.୨୦୨୧ : ରାଜ୍ୟର ବିଭିନ୍ନ ଜଙ୍ଗଲ ଜଳୁଥିବା ବେଳେ ଏବେ ବାଙ୍କୀ ଡମପଡା ବ୍ଲକର ଚନ୍ଦକା ଅଭୟାରଣ୍ୟରେ ଲାଗିଛି ନିଆଁ । ଗତକାଲି ସକାଳେ ଚନ୍ଦକା ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଦିନ ବଢିବା ପରେ ଅଭୟାରଣ୍ୟ ଭିତରେ ନିଆଁ ପଶିଛି । ଏବେ ଅଭୟାରଣ୍ୟର କୁମାରଖୁଂଟି ଅଂଚଳର ୫ରୁ ୬ ଜାଗାରେ ନିଆଁ ଲାଗିଛି । ଚନ୍ଦକା ଜଙ୍ଗଲ ଜଳୁଥିବା ଖବର ପାଇ ଚାରିଘରିଆ ଜଙ୍ଗଲରେ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ଅଗ୍ନିଶମବାହିନୀ । ବାଙ୍କୀ, ବାରଙ୍ଗ, ଡମପଡା ଓ ଆଠଗଡ ଅଗ୍ନିଶମ ବାହିନୀର ୪ଟି ଟିମ ଜଙ୍ଗଲ ନିଆଁକୁ ଆୟତ ଉଦ୍ୟମ କରିଥିଲେ ମଧ୍ୟ ସଫଳତା ମିଳିନାହିଁ । ଏବେ ଚନ୍ଦକା ଅଭୟାରଣ୍ୟ ଭିତରକୁ ନିଆଁ ପହଂଚିଥିବାରୁ ସ୍ଥିତି ଅଣାୟତ ହୋଇପଡିଛି । ତେଣୁ ଜଙ୍ଗଲ ନିଆଁକୁ ଲିଭାଇବାରେ ସହଯୋଗ ପାଇଁ ସ୍ଥାନୀୟ ଲୋକଙ୍କୁ ଅପିଲ କରିଛି ବନବିଭାଗ ।