ସତ୍ୟଶିଖା (କୋଲକତା) ୧୭/୧୦/୨୦୨୦ : କଲିକତାରେ ପାଞ୍ଚ ମହଲାର ଏକ କୋଠାରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି । ଗଣେଶ ଚନ୍ଦ୍ର ଏଭିନ୍ୟୁରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ପାଞ୍ଚ ମହଲା କୋଠାରେ ଏହି ଅଘଟଣ ଘଟିଛି । ଏଥିରେ ୧୨ ବର୍ଷର ବାଳକ ସମେତ ଦୁଇ ଜଣ ପ୍ରାଣ ହରାଇଛନ୍ତି । ବିଲିଡିଂରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି ଓ ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ଅଗ୍ନିଶମ ସେବା ମନ୍ତ୍ରୀ ସୁଜିତ ବୋଷ ।
ନିଆଁ ଲାଗିଲା ପାଞ୍ଚ ମହଲା କୋଠାରେ
