ସତ୍ୟଶିଖା (ମୁମ୍ବାଇ) ୨୧/୦୧/୨୦୨୧ : କରୋନା ଟିକା କୋଭିଶିଲ୍ଡ ପ୍ରସ୍ତୁତ କରୁଥିବା ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ)ର ଟର୍ମିନାଲ-୧ରେ ଥିବା ନୂଆ ପ୍ଲାଣ୍ଟରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିବାବେଳେ ୮ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଚଳାଇଛନ୍ତି । ଏଥିରେ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ଜଣାପଡ଼ି ନାହିଁ । ତେବେ ଟିକା ଗଚ୍ଛିତ ରହିଥିବା ଷ୍ଟୋରେଜ୍ ନିଆଁ ଲାଗି ନ ଥିବା ସୂଚନା ମିଳିଛି ।
କୋଭିଶିଲ୍ଡ ପ୍ରସ୍ତୁତକର୍ତ୍ତା ସେରମ ଇନ୍ଷ୍ଟିଚ୍ୟୁଟ୍ରେ ଅଗ୍ନିକାଣ୍ଡ
