ମଙ୍ଗଳବାର ରାଶିଫଳ : କେମିତି କଟିବ ଆଜିର ଦିନ


ସତ୍ୟଶିଖା,(ଭୁବନେଶ୍ୱର) ୩୦ .୦୩ .୨୦୨୧ :
ମେଷ – କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବାର ସମ୍ଭାବନା ରହିଛି । କୃତ୍ତିକା ନକ୍ଷତ୍ର ସକାଶେ ତ୍ତ୍ରାତୃବର୍ଗ ଦ୍ୱାରା ସନସ୍ୟା ସୃଷ୍ଟି ହୋଇ ପାରିବାରିକ ଶାନ୍ତି ନଷ୍ଟ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।
ବୃଷ – ସମସ୍ୟା ମଧ୍ୟରେ ଗତିକରି ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ଆବଶ୍ୟକତା ପୂରଣ ସକାଶେ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ । ବନ୍ଧୁଙ୍କ ସହ ଦୂର ଭ୍ରମଣର ଚିନ୍ତା କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।
ମିଥୁନ – ଶତ୍ରୁମାନେ ବିବାଦକରି କାର୍ଯ୍ୟକୁ ସାମୟିକ ଅଟକାଇ ଦେଇପାରନ୍ତି । ଅନ୍ୟମାନଙ୍କ ସହ ତୁଳନାତ୍ମକ ବିଚାର ଦ୍ୱାରା ନିଜକୁ ହେୟ ମନେ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।
କର୍କଟ – ସାମୟିକ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ଆର୍ଥିକ ଅନଟନ ରହିଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ । ଭଡା ସୂତ୍ରରୁ କିମ୍ବା ବକେୟା ଟଙ୍କା ପାଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
ସିଂହ – ଉପରିସ୍ଥ କର୍ମଚାରୀ ପ୍ରତ୍ୟେକ କଥାକୁ ଠିକ୍ ଭାବେ ବୁଝି ପାରିବେନି । ବ୍ୟବସାୟ କ୍ଷେତ୍ରରୁ ଅଂଶଧନ ହିସାବରେ ଅଧିକ ଧନ ପାଇ ଖୁସି ହେବେ । ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡିପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।
କନ୍ୟା – ଦୀର୍ଘ ଦିନର ଆଶା ପୂରଣ ହେବା ସଙ୍ଗକୁ ସମ୍ପର୍କୀୟଙ୍କ ଶୁଭ ସୂଚନାରୁ ଖୁସି ହେବେ । ହସ୍ତା ନକ୍ଷତ୍ରର କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।
ତୁଳା – ଆଜି ଅର୍ଥ ଓ ସମ୍ମାନ ପାଇବା ସଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ । ବିଶାଖା ନକ୍ଷତ୍ର ସାମାଜିକ ସ୍ତରରେ ନିଜ ପରିସରରେ ପ୍ରତିଷ୍ଠିତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।
ବିଛା – ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ । ଜ୍ୟେଷ୍ଠା ନକ୍ଷତ୍ର ପରିବାରରେ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି । କାରଣ ନ ଥାଇ ଦୋଷୀ ସାବ୍ୟସ୍ତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ଧନୁ – ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଅବଶ୍ୟ ଉପକାର ମିଳିବ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି,ଏଣୁ ସାବଧାନ ରହିବା ଭାଲ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
ମକର – ଆଜିର ସକାଳ ସକାଳ ଯାତ୍ରା ବେଶ୍ ପ୍ରୀତିପଦ ରହିବ । ଶ୍ରବଣା ନକ୍ଷତ୍ରର ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।
କୁମ୍ଭ – ଆଶା କରିଥିବା ଖବରଟି ପଡୋଶୀଙ୍କ ଠାରୁ ପାଇ ଖୁସି ହେବେ । ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ସମ୍ପତ୍ତିକୁ କେନ୍ଦ୍ର କରି ଟଣାଓଟରା ଦେଖା ଦେଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।
ମୀନ – ବିଭିନ୍ନ ପ୍ରକାରର ଅତୀତ ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ସନ୍ଦେହ ବୃଦ୍ଧି କାରଣରୁ ବ୍ୟବସାୟରେ ମନାନ୍ତର ସୃଷ୍ଟି ହେବାର ସୂଚନା ରହିଛି । ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସାଧିତ ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।