ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା

ସତ୍ୟଶିଖା(ଭୁବନେଶ୍ୱର )୦୬.୧୧ .୨୦୨୧: ଭୁବନେଶ୍ବର: ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା । ଧାର୍ୟ୍ୟ ସମୟସୀମା ମଧ୍ୟରେ ମିଳିଥିବା ଆପତ୍ତି ଅଭିଯୋଗ ଉପରେ ବିଚାର କରି ସରକାର ଏହି ତାଲିକା ଚୂଡାନ୍ତ କରିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ  ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ନିର୍ଦ୍ଦେଶକ ଡ. ଜ୍ଞାନ ଦାସଙ୍କ ପକ୍ଷରୁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।
ପ୍ରକାଶିତ ତାଲିକା ଅନୁଯାୟୀ ମୋଟ ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟରୁ ୧୫ ଟି ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିବା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀଗୁଡିକ ହେଲା ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ଢେଙ୍କାନାଳ, ନୂଆପଡା, ବରଗଡ, ବୌଦ୍ଧ, ଭଦ୍ରକ, ମାଲକାନଗିରି ଓ ରାୟଗଡା । ଏହିସବୁ ଜିଲ୍ଲା ମଧ୍ୟରୁ ଅନୁଗୁଳ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ କେନ୍ଦୁଝର, କୋରାପୁଟ, ଗଜପତି ଓ ରାୟଗଡା ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି । ଅନୁସୂଚିତ ଜାତିର ମହିଳାଙ୍କ ପାଇଁ କଟକ ଓ ଭଦ୍ରକ ଜିଲ୍ଲା ପରିଷଦ ରହିଛି ।
ସେହିପରି କଳାହାଣ୍ଡି, ଗଞ୍ଜାମ, ଢେଙ୍କାନାଳ, ନୂଆପଡା, ବରଗଡ ଓ ବୌଦ୍ଧରେ ସାଧାରଣ ବର୍ଗର ମହିଳାଙ୍କ ପାଇଁ ଜିଲ୍ଲା ପରିଷଦ ଆସନ ସଂରକ୍ଷିତ ରହିଛି । ମହିଳାଙ୍କ ପାଇଁ ସଂରକ୍ଷିତ ବାହାରେ ଥିବା ଆଉ ୧୫ ଟି ଆସନ ମଧ୍ୟରୁ ଜଗତସିଂହପୁର ଓ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବାବେଳେ, ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ କନ୍ଧମାଳ, ନବରଙ୍ଗପୁର, ବାଲେଶ୍ବର, ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ରହିଛି ।ଅନ୍ୟପଟେ ପଛୁଆବର୍ଗ ତାଲିକାରେ ନୟାଗଡ ଓ ସୋନପୁର ଜିଲ୍ଲା ରହିଥିବାବେଳେ କେନ୍ଦ୍ରାପଡା, ଝାରସୁଗୁଡା, ଦେବଗଡ, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲା ପରିଷଦ ରହିଛି ।

Exit mobile version