ସତ୍ୟଶିଖା( ମାଞ୍ଚେଷ୍ଟର: ) ୧୦ .୦୯ .୨୦୨୧: ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟକୁ ନେଇ ଏକ ବଡ଼ ଖବର ଆସିଛି । ପଞ୍ଚମ ଟେଷ୍ଟ ମ୍ୟାଚକୁ ସମ୍ପୂର୍ଣ୍ଣ ବାତିଲ କରିଦିଆଯାଇଥିବା ସୂଚନା ମିଳିଛି । କରୋନା ସମସ୍ୟା ନେଇ ମ୍ୟାଚ ସମ୍ପୂର୍ଣ୍ଣ ବାତିଲ ହୋଇଥିବା ସୂଚନା ମିଳିଛି । ଆଜି ହେବାକୁ ଥିବା ଏହି ମ୍ୟାଚ ଆଜି ଖେଳାଯିବ ନାହିଁ ବୋଲି ପ୍ରଥମେ ନିଷ୍ପତ୍ତି ହୋଇଥିଲା । ଗୋଟିଏ ଦିନ ପାଇଁ ଏହି ପଞ୍ଚମ ଟେଷ୍ଟ ମ୍ୟାଚକୁ ଘୁଞ୍ଚାଇ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ଗୋଟିଏ ଦିନ ମ୍ୟାଚ ଘୁଞ୍ଚିଥିବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା । ବିସିସିଆଇ ଅଧିକାରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ପରେ ଉଭୟ ବୋର୍ଡ ସମ୍ପୂର୍ଣ୍ଣ ମ୍ୟାଚ ବାତିଲ ନେଇ ସହମତ ହୋଇଥିବା ସୂଚନା ମିଳିଛି । ପଞ୍ଚମ ଟେଷ୍ଟ ବାତିଲ ପରେ ଭାରତ ସିରିଜକୁ ୨-୧ରେ ଜିତିଥିବା ଜଣାଯାଇଛିି ।
ଜଣଙ୍କ ପରେ ଜଣେ ଭାରତୀୟ ଟିମ୍ର ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ପୂର୍ବରୁ ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ଗତକାଲି ଆଉ ଜଣେ ସଦସ୍ୟ ସଂକ୍ରମିତ ହୋଇଛନ୍ତି ।
ଆଜି ଆସିଷ୍ଟାଣ୍ଟ ଫିଜିୟୋ ଯୋଗେଶ ପରମାର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏକାଧିକ କରୋନା ମାମଲା ଚିହ୍ନଟ ପରେ ମ୍ୟାଚ ସମ୍ପୂର୍ଣ୍ଣ ବାତିଲ ହୋଇଥିବାଛି । ସମସ୍ତ ଖେଳାଳି ଏବେ ହୋଟେଲରେ ଆଇସୋଲେସନରେ ଅଛନ୍ତି । ସକାଳେ ସମସ୍ତଙ୍କର ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି ।