ଆସୁଛି ଆଲୋକର ପର୍ବ ଦୀପାବଳୀ

ସତ୍ୟଶିଖା (ଭୁବନେଶ୍ୱର )୦୧.୧୧`.୨୦୨୩ :  ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳୀ। ସେନେଇ ସବୁଠି ଚାଲିଛି ପ୍ରସ୍ତୁତି। ଗାଁଠୁ ସହର ସବୁଠି ଦେଖିବାକୁ ମିଳିବ ଉତ୍ସବର ମାହୋଲ। ସମସ୍ତେ ନିଜ ଘରଦ୍ୱାର ସାଜସଜା ସାଙ୍ଗକୁ କରିବେ ଆଲୋକର ମେଳଣ। ଜୁଆଡେ ଦେଖିବ ସବୁଠି ଆଲଷାକ ଆଉ ଆଲୋକ ଦେଖିବାକୁ ମିଳିବ। ଏହି ଦିନରେ ଘରେ ଲକ୍ଷ୍ମୀ ଓ ଗଣେଶଙ୍କ ପୂଜା କରା ଯାଇ ଥାଏ। ଦୀପାବଳି ପାଇଁ ଘର ସଫା କରିବା ସମୟରେ କିଛି ଦିଗକୁ ଦୃଷ୍ଟି ଦେବାକୁ ଭୁଲିବେ ନାହିଁ।

ଜ୍ୟୋତିଷଙ୍କ କହିବା ମୁତାବକ, ଐଶନ୍ୟକୋଣକୁ ଘରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମନାଯାଏ।ଏଥିପାଇଁ କୁହାଯାଏ ଦୀପାବଳିରେ ନିଶ୍ଚିତ ଭାବେ ଏହି କୋଣର ସଫାଇ କରନ୍ତୁ। ନହେଲେ ଘରେ ଲକ୍ଷ୍ମୀ ବସ କରିବା ବନ୍ଦ କରି ଦେଇଥାନ୍ତି ବୋଲି ବିଶ୍ବାସ ରହିଛି। ଘରେ ରହି ଧୁମ ଧାମରେ ସସମ୍ତେ ଦୀପାବଳୀ ପାଳନ କରନ୍ତୁ। ଏହାସହ ସଚେତନତା ଅବଲମ୍ୱନ କରନ୍ତୁ।

Exit mobile version