ନ୍ୟୁଜ୍ରାଜ୍ୟ

ସଂଧ୍ୟା ସାଢେ ୫ଟା ପରେ ଅଫିସରେ ରହିବେନି ମହିଳା କର୍ମଚାରୀ

ସତ୍ୟଶିଖା ୨୯/୦୧/୨୦୧୧ : ମହିଳା କର୍ମଚାରୀଙ୍କୁ ସଂଧ୍ୟା ୫ଟା ୩୦ରେ ଅଫିସ ଛାଡିବାକୁ ନିର୍ଦ୍ଦେଶ । ଏପରି ନିର୍ଦ୍ଦେଶ ଦେଇଛି, ସିଭିଲ୍ ବିଭାଗର ଇଂଜିନିୟରିଂ ଇନ୍ ଚିଫ୍, ଅଫିସ । ସମସ୍ତ କାର୍ଯ୍ୟ ଦିବସରେ ସଂଧ୍ୟା ୫ଟା ୩୦ ସୁଦ୍ଧା ନିଶ୍ଚିତ ଭାବେ ଅଫିସ ଛାଡିବାକୁ କୁହାଯାଇଛି । ଏହା ସହ ଅଫିସ ସମୟ ମଧ୍ୟରେ ମହିଳା କର୍ମଚାରୀମାନଙ୍କୁ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି । ଆଉ ଏହି ସମୟ ମଧ୍ୟରେ ନିଜ ପାଖରେ ଥିବା କାମ ସାରିବାକୁ ମଧ୍ୟ ନିର୍ଦ୍ଦେଶନାମାରେ ତାଗିଦ କରାଯାଇଛି । ସୁପରିଂଟେଣ୍ଡିଙ୍ଗ ଇଂଜିନିୟରଙ୍କ ଦସ୍ତଖତରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେବେ ସବୁଠୁ ବଡ଼ କଥା ହେଉଛି, କାହିଁକି ଏପରି ନିର୍ଦ୍ଦେଶ ଦିଆଯାଇଛି, ତାହା ସ୍ପଷ୍ଟ ହୋଇନାହିଁ । ଗୋଟିଏ ପଟେ ଉଭୟ ମହିଳା, ପୁରୁଷ କାର୍ଯ୍ୟ କ୍ଷେତ୍ରରେ ସମାନ ବୋଲି ବିବେଚନା କରାଯାଉଛି, ଅନ୍ୟପଟେ ଏଭଳି ଏକ ନିର୍ଦ୍ଦେଶନାମା କେବଳ ମହିଳାମାନଙ୍କ ପାଇଁ ଜାରି ହୋଇଛି । ଏହାକୁ ନେଇ ସଂଦେହ ସୃଷ୍ଟି ହୋଇଛି । ପ୍ରଶ୍ନ ଉଠୁଛି, ସଂଧ୍ୟା ପରେ ଅଫିସରେ ମହିଳା କର୍ମଚାରୀମାନଙ୍କ ସୁରକ୍ଷା ନେଇ କର୍ତୃପକ୍ଷଙ୍କର ସଂଦେହ ରହିଛି କି ? ଏ ନେଇ ଉଚ୍ଚ ପଦାଧିକାରୀଙ୍କ ଆମେ ଯୋଗାଯୋଗ କରିଥିଲୁ, ହେଲେ ଏ ସଂପର୍କରେ କିଛି ପ୍ରତିକ୍ରିୟା ମିଳି ପାରିନାହିଁ ।

Show More
Back to top button