ଧର୍ମରାଜ୍ୟ

ଆଜିଠାରୁ କରୋନା କଟକଣାରେ ଆରମ୍ଭ ଗଂଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା

ସତ୍ୟଶିଖା,( ଗଂଜାମ:) ୨୪ .୦୩ .୨୦୨୧ :  ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗଂଜାମରେ କରୋନା କଟକଣା ଭିତରେ ଆଜି ଠାରୁ ଆରମ୍ଭ ହୋଇଛି ଦଣ୍ଡନାଚ । କରୋନା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ନକରି ୨ଶହ ଲୋକଙ୍କୁ ଗଂଜାମରେ ପାରମ୍ପରିକ ଦଣ୍ଡନାଚ କରିବାକୁ ନିର୍ଦ୍ଦେଶ ହୋଇଥିଲା । ଜିଲ୍ଲାପାଳଙ୍କ ସମସ୍ତ ନିୟମକୁ ମାନି ଆଜି ଖଲ୍ଲିକୋଟ ଅଂଚଳର ବିଭିନ୍ନ ଯାଗାରେ ସ୍ଥାନୀୟ ପ୍ରଶାସନର ଅନୁମତିକ୍ରମେ ଦଣ୍ଡ ନାଚ ଆରମ୍ଭ କରାଯାଇଛି । କମ ସଂଖ୍ୟକ ଦଣ୍ଡୁଆଙ୍କୁ ନେଇ ମାନସିକ ଧାରୀଙ୍କ ଦଣ୍ଡନାଚ କରାଯିବ ବୋଲି ଦଣ୍ଡ ଯାତ୍ରା ପରିଚାଳନା କରୁଥିବା କମିଟି କହିଛି । କେବଳ ଦିନ ସମୟରେ ଦଣ୍ଡନାଚର ପୂଜାବିଧି ସମ୍ପନ କରାଯିବ ।

Show More
Back to top button