ବାଣିଜ୍ୟରାଜ୍ୟ

ଓଡ଼ିଶାରେ ଗଡ଼ିବ ‘ଏଥର୍‌ ଏନର୍ଜି’ ଇଲେକ୍ଟ୍ରିକ୍ ଗାଡ଼ି

ସତ୍ୟଶିଖା (ଭୁବନେଶ୍ୱର) ୧୮/୧୨/୨୦୨୦ : ଦେଶର ଅଗ୍ରଣୀ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ନିର୍ମାତା ଏଥର୍‌ ଏନର୍ଜି ଆସନ୍ତା ବର୍ଷ ଓଡ଼ିଶା ବଜାରରେ ପ୍ରବେଶ କରିବ । ଭୁବନେଶ୍ୱର ବଜାର ମାଧ୍ୟମରେ ଏହା ଓଡ଼ିଶା ଆସିବ । ଗ୍ରାହକମାନେ ଜାନୁଆରି ଠାରୁ କଂପାନିର ଗାଡ଼ି ଏଥର୍‌ ୪୫୦ ଏକ୍ସର ବୁକିଙ୍ଗ୍‌ କରିପାରିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି । ଇଲେକ୍ଟ୍ରିକ୍ ଯାନ ବଜାରର ଏହି ପ୍ରମୁଖ ସଂସ୍ଥା ଏହାର ଦ୍ବିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପଦକ୍ଷେପ ସ୍ବରୂପ ୨୭ଟି ସହରରେ ପ୍ରବେଶ କରିବାକୁ ଯାଉଛି । ସେହି ସହରଗୁଡ଼ିକ ତାଲିକାରେ ଭୁବନେଶ୍ୱରର ନାମ ରହିଛି । ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ସବୁ ସହରରେ କଂପାନିର ଡିଲର୍‌ସିପ୍ ଦେଖିବାକୁ ମିଳିବ । ଗ୍ରାହକମାନଙ୍କୁ କଂପାନି ଗାଡ଼ିର ଟେଷ୍ଟ୍‌ ଡ୍ରାଇଭ୍‌ କରିବାର ସୁଯୋଗ ଦେବ । ଏହା କେବଳ ଗାଡ଼ି ବିକିବ ନାହିଁ, ଗ୍ରାହକମାନେ ଯେଭଳି ଚାର୍ଜିଂକୁ ନେଇ କୌଣସି ଅସୁବିଧା ସାମ୍ନା ନକରନ୍ତି ତାହା ନିଶ୍ଚିତ କରିବା ଲାଗି ବିଭିନ୍ନ ସ୍ଥାନରେ ସହଯୋଗୀମାନଙ୍କ ଜରିଆରେ ଏହା ଇଭି ଚାର୍ଜିଂ ନେଟ୍‌ୱର୍କ ‘ ଏଥର ଗ୍ରିଡ୍‌’ ସ୍ଥାପନ କରିବ ।

Show More
Back to top button