ଧୋନିଙ୍କ ମହାନତାକୁ ବିରୋଧ କରିବା ବେଶ କଷ୍ଟ ବୋଲି କହିଲେ ଏହି କିମ୍ବଦନ୍ତୀ କ୍ରିକେଟର


ମୁମ୍ବାଇ: ଭାରତକୁ ଦୁଇ ଥର ବିଶ୍ୱ ବିଜେତା କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ମହାନ ବୋଲି କହି ପ୍ରଶଂସା କରିଛନ୍ତି ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ କେଭିନ ପିଟରସନ।
ଧୋନି ଭାରତୀୟ କ୍ରିକେଟ ଓ ଆଇପିଏଲରେ ଚେନ୍ନାଇକୁ ଅନେକ କିଛି ସଫଳତା ଦେଇଛନ୍ତି। ତେଣୁ ତାଙ୍କ ମହାନତାକୁ ବିରୋଧ କରି ଯୁକ୍ତି କରିବା ବେଶ କଷ୍ଟକର ବୋଲି ପିଟରସନ କହିଛନ୍ତି।
ଆହୁରି ପଢ଼ନ୍ତୁ
ସେ କହିଛନ୍ତି, “ଧୋନିଙ୍କ ବିରୋଧରେ ମତ ଦେବା ଓ ଏହାର ଆଶା କରିବା ବେଶ କଷ୍ଟସାଧ୍ୟ। କାରଣ ଭାରତୀୟ କ୍ରିକେଟ ଟିମ ଓ ଚେନ୍ନାଇର ଅଧିନାୟକ ଥିବା ବେଳେ ଲୋକମାନେ ଯାହା ଚାହିଁଛନ୍ତି ଧୋନି ତାହା କରି ଦେଖାଇଛନ୍ତି। ସେ ଜଣେ ମହାନ କ୍ରିକେଟର।
ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପ ଜିତିଛି। ୨୦୧୩ ଚାମ୍ପିୟନସ ଟ୍ରଫି ମଧ୍ୟ ଭାରତ ତାଙ୍କ କ୍ୟାପ୍ଟେନଶିପରେ ଜିତିଛି। ୨୦୧୦, ୨୦୧୧ ଓ ୨୦୧୮ରେ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପରକିଙ୍ଗସ ଆଇପିଏଲରେ ଚାମ୍ପିୟନ ହୋଇଛି। ତେଣୁ ତାଙ୍କ ମହାନତାକୁ ସମାଲୋଚନା କରିବା ବେଶ କଷ୍ଟକର।”