ସତ୍ୟଶିଖା (ଭୁବନେଶ୍ୱର) ୨୧/୧୦/୨୦୨୦ : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଆହୁରି ଘନୀଭୁତ ହୋଇପାରେ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ସହ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜିଠୁ ଉପକୂଳରେ ବର୍ଷା ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗର ଆକଳନ କରିଛି । ପାଣିପାଗ ବିଭାଗର ଆକଳନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତା ପରେ ଉତ୍ତର ଉତ୍ତର ପୂର୍ବ ଦିଗକୁ ମୁହାଁଇବ ।
ବଙ୍ଗୋପସାଗରରେ ଘନୀଭୂତ ହେବାରେ ଲାଗିଛି ଘୂର୍ଣ୍ଣିବଳୟ
