ନ୍ୟୁଜ୍

ସୌମ୍ୟାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛି ପୁରା ଗାଁ । ପଳିସିଆ ଗାଁ ମଣାଶୀରେ ହୋଇଛି ଶେଷକୃତ୍ୟ ।

ସତ୍ୟଶିଖା ୧୫/୦୭/୨୦୨୫: ଝିଅ ଜନ୍ମ ପରେ ଯୋଉଘରେ ଥିଲାଖୁସିର ଲହରୀ । ଆଜି ସେ ଘରେ ଛାଇଯାଇଛି ନୀରବତା । ଖାସ୍ କରି ଯିଏ ଜନ୍ମ କରିଛି ତାକୁ କେତେ ବାଧୁଥିବ । ହୃଦୟ ନିଶ୍ଚୟ ଫାଟିଯାଉଥିବ । ଝିଅ ଏବେ ପରପାରୀରେ । ତଥାପି ବିଶ୍ୱାସ କରୁନି ମାଆ । କହୁଛି ମୋ ଝିଅ ମରିନି, ଝିଅ ନିଶ୍ଚୟ ଫେରିବ ବୋଲି କହି ଛାତି ପିଟି କାନ୍ଦୁଛି । ମା’ ଜାଣିସାରିଛି କି ଝିଅ ମରିଯାଇଛି ସେ ଆଉ ଫେରିବନି, କିନ୍ତୁ ମନ ମାନୁନି… ମା’ ମନ କହୁଛି ମୋ ଝିଅ ନିଶ୍ଚୟ ଫେରିବ । ଲୁହ ଭିଜା ଆଖି ଜାଣିସାରିଛି ଝିଅ ଆଉ ଫେରିବନି, କିନ୍ତୁ ଓଠ କହୁଛି ମୋ ଧନକୁ ଫେରାଇ ଆଣ… ମା’ର ଏ ଅବସ୍ଥା କଥା କେହି ବୁଝିପାରିବେ ନାହିଁ । ୧୦ମାସ ୧୦ଦିନ ଗର୍ଭରେ ରଖି ଜନ୍ମ କରିଥିବା ପିଲାକୁ ହରାଇବା କେତେଯେ କଷ୍ଟ ତାହା କେବଳ ଜଣେ ମା’ ହିଁ ଜାଣିଛି… l

Show More
Back to top button