‘ପୁରା ସଂସଦ ଦେଶର ବୀର ଯବାନଙ୍କ ସହ ରହିଛି’

ସତ୍ୟଶିଖା (ନୂଆଦିଲ୍ଲୀ) ୧୪.୦୯.୨୦୨୦ : କରୋନା ମହାମାରୀ ମଧ୍ୟରେ ସୋମବାର ଦିନ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନରେ ଚୀନ ସହ ଚାଲିଥିବା ସୀମା ବିବାଦ ଉପରେ ସଂସଦରେ ସନ୍ଦେଶ ଦେଇଥିଲେ । ସଂସଦରେ ବସିଥିବା ସମସ୍ତ ସଦସ୍ୟ ଏକଜୁଟ ହୋଇ ଦେଶର ବୀର ଯବାନଙ୍କ ସହ ଏକଜୁଟ ହୋଇ ଛିଡା ହେବାକୁ ସନ୍ଦେଶ ଦେବେ ବୋଲି ସେ ଆଶା କରିଛନ୍ତି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନରେ କହିଥିଲେ ଯେ, ‘ଦେଶର ବୀର ଯବାନ ନିଜ ଜୀବନକୁ ବାଜି ଲଗାଇ ସୀମାରେ ଦାୟିତ୍ୱ କରୁଛନ୍ତି । ସାହସ, ମନୋବଳ ଓ ଦୃଢ ବିଶ୍ୱାସର ସହ ଦୁର୍ଗମ ପାହାଡ ଉପରେ ଦେଶର ସୁରକ୍ଷା କରୁଛନ୍ତି । କିଛି ଦିନ ପରେ ପାଣିପାଗ ବଦଳିବ, ତୁଷାରପାତ ହେବ, ତଥାପି ଯବାନ ସୀମାରେ ଛିଡା ହୋଇ ଦେଶର ସୁରକ୍ଷା କରୁଛନ୍ତି । ଯେଉଁ ବିଶ୍ୱାସର ସହ ଯବାନ ମାତୃଭୂମିର ରକ୍ଷା କରୁଛନ୍ତି, ତାଙ୍କ ପାଇଁ ଏକ ଭାବନା, ଏକ ସଂକଳ୍ପ, ଏକ ଉଦ୍ଧେଶ୍ୟରେ ସଂସଦରେ ସଦସ୍ୟ ଯବାନଙ୍କ ପାଇଁ ଗୋଟିଏ ସ୍ୱରରେ ଛିଡା ହେବେ ବୋଲି ମୁଁ ଆଶା କରୁଛି ।’ଚୀନ ସହ ସୀମା ବିବାଦକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖା ଦେଇଛି । ମୋଦି ଏହି ସମ୍ବନ୍ଧରେ ସଂକେତ ଦେଇ କହିଥିଲେ ଯେ ସାରା ଦେଶ ଯବାନଙ୍କ ସହ ଛିଡା ହୋଇଛି । କରୋନା ମହାମାରୀକୁ ନେଇ ମୋଦି କହିଥିଲେ ଯେ, କରୋନା ସମୟରେ ନିଜ କର୍ତବ୍ୟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । କରୋନା ଯୋଗୁଁ ବଜେଟ ଅଧିବେଶନକୁ ରୋକିବାକୁ ପଡିଥିଲା । ଏହି ଅଧିବେଶନରେ ଅନେକ ମହତ୍ଵପୁର୍ଣ ନିଷ୍ପତ୍ତି ନିଆଯିବ । ଅନେକ ବିଷୟରେ ଚର୍ଚ୍ଚା ହେବ । ଯେତେ ଗଭୀର ଚର୍ଚ୍ଚା ହେବ ଦେଶର ସେତିକି ଲାଭ ହେବ । ସମସ୍ତେ କରୋନା ଗାଇଡଲାଇନ ପାଳନ କରିବା ଉଚିତ ବୋଲି ମୋଦି କହିଥିଲେ । ସବୁ ସଙ୍କଟରୁ ବାହାରିବା ପାଇଁ ଦୁନିଆରେ କ୍ଷମତା ଅଛି ।’

Exit mobile version