ଆଜିଠୁ ଖୋଲିବ ଇଞ୍ଜିନିୟରିଂ କଲେଜ

ସତ୍ୟଶିଖା ୧୦/୦୨/୨୦୨୧ : ରାଜ୍ୟରେ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଆଜିଠୁ ଖୋଲିବ । ୧୭ ତାରିଖରେ ଆରମ୍ଭ ହେବ କ୍ଲାସ ରୁମରେ ଶିକ୍ଷାଦାନ । କୋଭିଡ ଗାଇଡଲାଇନ ପାଳନ ସହ ଆରମ୍ଭ ହେବ ପାଠପଢା । ଆଇଟିଆଇ, ପଲିଟେକ୍ନିକ ଓ ଇଞ୍ଜିନିୟରିଂ କଲେଜ ଗୁଡିକରେ ପାଠପଢା ହେବ ।  ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଗୁଡିକରେ ବି ଆରମ୍ଭ ହେବ ପାଠପଢା । କୋଭିଡ ମହାମାରୀ କାରଣରୁ ଗତ ବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଏବେ ରାଜ୍ୟରେ କରୋନାର ପ୍ରକୋପ ଧିରେ ଧିରେ କମିବା ପରେ ସବୁ ଶିକ୍ଷାନୁଷ୍ଠାନକୁ ଖୋଲୁଛନ୍ତି ସରକାର । ପୂର୍ବରୁ ରାଜ୍ୟରେ ମେଡିକାଲ କଲେଜ ମଧ୍ୟ ଖୋଲି ସାରିଛି ।

Exit mobile version