ସତ୍ୟଶିଖା (ନୂଆଦିଲ୍ଲୀ) ୨୨/୧୦/୨୦୨୦ : ଭାରତ ଆଜି ସୁରକ୍ଷା ଦୃଷ୍ଟିରୁ ବଡ଼ ସଫଳତା ହାସଲ କରିଛି । ରାଜସ୍ଥାନର ପୋଖରନରୁ ନାଗ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ (ଟ୍ୟାଙ୍କ ବିଧ୍ୱସ୍ତି) କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳତା ଭାବେ ପୂରା ହୋଇଛି । ଏହି ମିଶାଇଲର ପରୀକ୍ଷଣ ବାରଡେହରେ ହୋଇଛି । ଡିଆରଡିଓ ଦ୍ୱାରା ବିକଶିତ ଏହି ଦେଶୀ ମିଶାଇଲର ଅନ୍ତିମ ପରୀକ୍ଷଣ ଆଜି ସକାଳ ୦୬.୪୫ରେ ମାତ୍ର ୪୫ ମିନିଟରେ ଏହାର ଫାଇନାଲ ଟ୍ରାଏଲ ଶେଷ ହୋଇଛି ।
ଏହା ଶତ୍ରୁର ଟ୍ୟାଙ୍କ ସମେତ ଅନ୍ୟ ସୈନ୍ୟ ବାହନକୁ କିଛି ସେକେଣ୍ଡ ମଧ୍ୟରେ ଧୂଳିସାତ କରିଦିଏ । ଏହା ମିଡ଼ିୟମ ଓ ଛୋଟ ରେଞ୍ଜର ମିଶାଇଲ । ଯାହା ଫାଇଟର ଜେଟ୍, ୱାର ସିପ ସମେତ ଅନ୍ୟ ସଂଶାଧନ ସହ କାମ କରିଥାଏ । ଭାରତ ଏକ ମାସ ହେବ ଭିନ୍ନ ଭିନ୍ନ ତରିକାରେ ଅଧା ଡର୍ଜନରୁ ଏଭଳି ଦେଶୀ ମିଶାଇଲର ସଫଳ ପରୀକ୍ଷଣ କରିଛି ।