ସତ୍ୟଶିଖା ୨୯/୧୨/୨୦୨୦ : ଦେଶର ନିଯୁକ୍ତି ସ୍ଥିତି ପୁଣି ଖରାପ ଆଡ଼କୁ ଗତି କରିଛି । ଲକ୍ଡାଉନ୍ ଘୋଷଣା ହେବା ପରେ ଅତ୍ୟନ୍ତ ଖରାପ ଅବସ୍ଥାକୁ ଚାଲିଯାଇଥିବା ନିଯୁକ୍ତି କ୍ଷେତ୍ରରେ ଧୀରେ ଧୀରେ ସୁଧାର ହେଉଥିଲା । କିନ୍ତୁ ନଭେମ୍ବରରେ ପୁଣି ସ୍ଥିତି ବିଗିଡ଼ିଯାଇଛି । ଏହି ମାସରେ ପ୍ରାୟ ୩୫ ଲକ୍ଷ ଲୋକ ବେକାର ହୋଇଛନ୍ତି ବୋଲି ଘରୋଇ କ୍ଷେତ୍ରର ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍ଆଇଇ) ପକ୍ଷରୁ ଆକଳନ କରାଯାଇଛି । ଗତ ଅକ୍ଟୋବରରେ ୫୦ ହଜାର ଲୋକ ଚାକିରି ହରାଇଥିଲେ । ସିଏମ୍ଆଇର କଞ୍ଜ୍ୟୁମର୍ସ ପିରାମିଡସ୍ ହାଉସ୍ହୋଲ୍ଡ ସର୍ଭେ ଅନୁଯାୟୀ ନଭେମ୍ବରରେ ନିଯୁକ୍ତିରେ ସକ୍ରିୟ ଥିବା ଲୋକଙ୍କ ସଂଖ୍ୟା ହେଉଛି ୩୯.୯୬ କୋଟି । ଚଳିତ ବର୍ଷ ମାର୍ଚ୍ଚରେ ଏହା ଠାରୁ ଅଧିକ ଏକ କୋଟି ଲୋକ ନିଯୁକ୍ତି କ୍ଷେତ୍ରରେ ସକ୍ରିୟ ଥିଲେ ।
ଦେଶରେ ବିଗୁଡିଛି ନିଯୁକ୍ତି ସ୍ଥିତି
