ସତ୍ୟଶିଖା(ଖୋର୍ଦ୍ଧା) ୨୨.୧୧.୨୦୨୧: ଭୁଲ୍ ହୋଇଗଲା ଆକଳନ । ହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଦଳିଦେଲା ହାତୀ । ଏଥିରେ ପ୍ରାୟ ୫ ବନ କର୍ମଚାରୀ ଗୁରୁତର ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୟାବନ୍ଧ ଗାଁ ନିକଟରେ ଘଟିଛି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ବନଖଣ୍ଡ ଓ ଟାଙ୍ଗି ବନଖଣ୍ଡ ଅଞ୍ଚଳରେ ପ୍ରାୟ ୨୮ରୁ ୩୦ ହାତୀ ମାତିଛନ୍ତି। ଏଥିଯୋଗୁ ଧନଜୀବନ ହାନୀ ହେଉଥିବା ବେଳେ ଜନ ଅସନ୍ତୋଷ ଦେଖାଦେଉଛି। ଏପରି ସ୍ଥିତିରେ ହାତୀଙ୍କୁ ଟ୍ରାଙ୍କୁଲାଇଜ୍ କରି ତାଙ୍କ ଶରୀରରେ ଜିପିଏସ୍ ସିଷ୍ଟମ ଖଞ୍ଜିବାକୁ ବାଙ୍ଗାଲୋରରୁ ଏକ ଟିମ୍ ଆସି ପହଞ୍ଚିଛନ୍ତି।