ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ସେପ୍ଟିସିମିଆ ଯୋଗୁ ହାତୀଟିର ମଲ୍ଟି ଅର୍ଗାନ ଫେଲ୍ ହୋଇଯାଇଥିଲା। ଏହାହିଁ ହାତୀ ମୃତ୍ୟୁର କାରଣ ବୋଲି କହିଛନ୍ତି ଅଧିକାରୀ। ତେବେ ଆଜି ଶବ ବ୍ୟବଚ୍ଛେଦ ପରେ କାରଣ ଅଧିକ ସ୍ପଷ୍ଟ ହେବ ବୋଲି ଜଣାଯାଇଛି।
ହାତୀର ମୃତ୍ୟୁ ପାଇଁ ବନବିଭାଗର ଖାମଖିଆଲ ନୀତିକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ପ୍ରାୟ ୬ ଦିନ ପୂର୍ବରୁ ସ୍ଥାନୀୟ ଲୋକେ ନୂଆଗଡ଼ ଜଙ୍ଗଲ ପାଖରେ ଅସୁସ୍ଥ ହାତୀଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । କିନ୍ତୁ ୫ ଦିନ ଧରି ବନବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜ କରିବାରେ ଫେଲ୍ ହୋଇଥିଲା । ଫଳରେ ହାତୀଟି ଦୀର୍ଘ ୨୦ କିମି ବାଟ ଯାଇ ବାସିଙ୍ଗା ଜଙ୍ଗଲ ନିକଟରେ ପଡ଼ି ଯାଇଥିଲା। ସେଠାରେ ବନ ବିଭାଗ ଟିମ୍ ଟ୍ରାଙ୍କୁଲାଇଜ କରି ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର ୫ ଦିନ ଧରି ଗୁଳିବିଦ୍ଧ ହାତୀଟି ବୁଲାବୁଲି କରୁଥିବା ବେଳେ କିଛି ଖାଦ୍ୟ ଗ୍ରହଣ କରି ନ ଥିଲା। ଫଳରେ ହାତୀଟି ସମ୍ପୂର୍ଣ୍ଣ ଅସୁସ୍ଥ ହୋଇ ପଡ଼ିଥିଲା। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ହାତୀଟି ଗତକାଲି ସକାଳୁ କିଛି ଖାଦ୍ୟ ଗ୍ରହଣ କରି ନ ଥିବା ବେଳେ ସନ୍ଧ୍ୟା ବେଳେ ଆଖି ବୁଜିଥିଲା।