

ସତ୍ୟଶିଖା(ସୋର) ୦୨.୦୮ .୨୦୨୧: ଆଗରୁ ଆମ ଭାଇ ଘରକୁ ସବୁ ଜିନିଷ ଦେଉଥିଲା । ବାହା ହେବା ପରେ ଆଉ କାହିଁକି ଦେଲାନାହିଁ କିଛି । ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଖାଲି ଅନ୍ଲାଇନ୍ ସପିଂ ସାଇଟ୍ରୁ ସାମଗ୍ରୀ କିଣା ହୋଇଛି । ତାହା ପୁଣି ଜୋତା, ଡ୍ରେସ୍, କେସର ଆଦି କିଣାଯାଉଥିଲା । ତେବେ ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିଛନ୍ତି ପାରଳାଖେମୁଣ୍ଡି ମୃତ ଏସିଏଫ୍ଓ ସୌମ୍ୟରଞ୍ଜନଙ୍କ ବଡ଼ ଭାଇ ।
ଖବର ଅନୁଯାୟୀ, ଇତିମଧ୍ୟରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ୧୯ଦିନ ବିତିଗଲାଣି । ହେଲେ ଏ ପର୍ଯ୍ୟନ୍ତ ଏହା ମୃତ୍ୟୁ ନା ଆତ୍ମହତ୍ୟା ନା ଅଘଟଣ । ସେନେଇ କିଛି ସ୍ପଷ୍ଟ ଭାବେ ଜଣାପଡିଲାନାହିଁ ବୋଲି ପରିବାର ଲୋକେ କହିଛନ୍ତି । ଏପିରିକି ପୋଲିସ ତଦନ୍ତରେ ଆମ ପରିବାର ସନ୍ତୁଷ୍ଟ ନୁହଁ ବୋଲି ସୌମ୍ୟଙ୍କ ବଡ଼ଭାଇ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୌମ୍ୟ ପାରଳାଖେମୁଣ୍ଡି ଯିବା ପରେ ଗୋଟିଏ ବି ଟଙ୍କା ଘରକୁ ଦେଉନଥିଲେ । ଆଗରୁ ଘରକୁ ଟଙ୍କା ଦେଉଥିଲେ । ହେଲେ ଏବେ କାଇଁ ଦେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏପିରିକି ସୌମ୍ୟଙ୍କ ଆକାଉଣ୍ଟରୁ ଅନ୍ଲାଇନ୍ ଟଙ୍କା ନେଣଦେଣ ହୋଇଛି । ଆମାଜାନ, ଫ୍ଲିପକାର୍ଟ ପରି ବିଭିନ୍ନ ଅନ୍ଲାଇନ୍ ସାଇଟ୍ରୁ ଅନେକ ସାମଗ୍ରୀ କିଣାଯାଉଥିଲା ।ଜୋତା, ଡ୍ରେସ୍, କେସର ଆଦି କିଣାଯାଉଥିଲା, ଏବଂ ସମସ୍ତ ଟଙ୍କା ସୌମ୍ୟଙ୍କ ଆକାଉଣ୍ଟରୁ ପେମେଣ୍ଟ କରାଯାଉଥିଲା । ସୌମ୍ୟଙ୍କ ବ୍ୟାଙ୍କ ଡିଟେଲସ୍ ବାହାର କଲେ ଏହିପରି ଅନେକ ତଥ୍ୟ ସାମ୍ନାକୁ ଆସିବ । ତେଣୁ ଯଦି ଏହି ଘଟଣାର ସଠିକ୍ ଭାବେ ତଦନ୍ତ କରାଯାଏ, ତେବେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ପଦାକୁ ଆସିବ ।