ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୦୧/୨୦୨୧ : ଦେଶର ଦୁଇଟି ବଡ ଅଣ୍ଡା ଗୋଦାମ ଉପରେ ନୂଆ ସଙ୍କଟ ମାଡି ଆସିଛି । ରାଜସ୍ଥାନରେ ବର୍ତ୍ତମାନ ପକ୍ଷୀ ମଡ଼କ ଲାଗି ରହିଛି। ରାଜସ୍ଥାନରେ ପ୍ରତିଦିନ ହଜାର ହଜାର ପକ୍ଷୀ ମରୁଥିବାରୁ ପୋଲଟ୍ରି ଫାର୍ମ ବ୍ୟବସାୟୀ ଚିନ୍ତାରେ ପଡି ଯାଇଛନ୍ତି । ଏହାର କୌଣସି ଟୀକା ନଥିବାରୁ ବ୍ୟବସାୟୀଙ୍କ ଚିନ୍ତା ଆହୁରି ବଢିଯାଇଛି । କରୋନା କାଳରେ ସବୁ ବ୍ୟବସାୟ ଠପ ହୋଇଯାଇଥିବା ବେଳେ ଅଣ୍ଡା ବ୍ୟବସାୟ କୌଣସି ପ୍ରକାରେ ଲାଭରେ ଚାଲିଥିଲା । ବର୍ତ୍ତମାନ ଏହି ନୂଆ ସମସ୍ୟା ମୁଣ୍ଡ ଟେକିଛି । ସୂଚନା ଅନୁଯାୟୀ, ଅଜମେର ଓ ହରିୟାଣାର ବରବାଲା ଅଣ୍ଡା ମଣ୍ଡି ବଡ ମଣ୍ଡିମାନଙ୍କ ମଧ୍ୟରୁ ଗୋଟିଏ । ଦେଶର ଅନ୍ୟ ରାଜ୍ୟ ସମେତ ଉତ୍ତର ଭାରତରେ ଏହି ଦୁଇଟି ମଣ୍ଡିରୁ ସବୁଠାରୁ ଅଧିକ ସପ୍ଲାଏ ହୋଇଥାଏ । ଗତ ୨୪ ଘଣ୍ଟାରେ ରାଜସ୍ଥାନର ୭ଜିଲ୍ଲାରେ ୧୩୫ କାଉ ମରିଛନ୍ତି ।
କରୋନା କାଳ ପରେ ଭଲ ଚାଲିଥିଲା ଅଣ୍ଡା ବ୍ୟବସାୟ
