ଜୀବନମନ୍ତ୍ରସ୍ୱାସ୍ଥ୍ୟ

ସୋରିଷ ତେଲ ମାଲିସ୍‌ର ପ୍ରଭାବ

ସତ୍ୟଶିଖା ୨୯/୧୨/୨୦୨୦ : ସୋରିଷ ତେଲ ନିୟମିତ ମାଲିସ୍‌ କଲେ ରକ୍ତ ସଞ୍ଚାଳନ ଶରୀରରେ ଭଲଭାବେ ହେବା ସହ ଉଷ୍ଣତା ଭିତରୁ ମିଳେ । ଶୋଇବା ପୂର୍ବରୁ ନିୟମିତ ସୋରିଷ ତେଲକୁ ହାଲ୍‌କା ଉଷୁମ କରି ପାଦତଳେ ମାଲିସ୍ କଲେ ଭଲ ନିଦ ହେବା ଦୃଷ୍ଟି ଶକ୍ତି ବଢ଼ିଥାଏ । ନିଶାସେବନ, ଧୂମପାନ ଅଧିକ କଲେ ଆଖିର ଜ୍ୟୋତି ପ୍ରଭାବିତ ହୁଏ । ଏଥିରୁ ବର୍ତ୍ତିବାକୁ ହେଲେ ସୋରିଷ ତେଲ୍ ମହୌଷଧି ।
– ପରୀକ୍ଷାରୁ ଜଣାପଡ଼ିଛି ଯେ, ସୋରିଷ ତେଲ ପାଦ ତଳେ ମାଲିସ୍ କରିବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ଓଜନକୁ ମଧ୍ୟ ନିୟନ୍ତ୍ରଣ କରେ ।
– ମାନସିକ ଚାପ, ଅବସାଦ ଓ ନିଦ୍ରାହୀନତାରୁ ବର୍ତ୍ତିବାକୁ ଚାହୁଁଥିଲେ, ୧ ମାସ ପର୍ଯ୍ୟନ୍ତ ସୋରିଷ ତେଲ ପାଦ ତଳେ ମାଲିସ୍ କରନ୍ତୁ ।
– ସପ୍ତାହରେ ୨-୩ ଦିନଥର ଏଇ ଉପାୟ କରନ୍ତୁ, ଦେଖିବେ ନିଶ୍ଚୟ ଆରାମ ଅନୁଭବ କରିବେ । ବଡ଼ କୁଣ୍ଡରେ ଉଷୁମ ପାଣି ଭର୍ତ୍ତି କରି ସେଥିରେ ୨-୩ ଚାମଚ ସୋରିଷ ତେଲ ପକାନ୍ତୁ । ସେହି ପାଣିରେ ପାଦ ୨୦ ମିନିଟ୍ ବୁଡ଼ାଇ ପରେ ଭଲଭାବେ ପୋଛିନେବେ । ସୁନିଦ୍ରା ନିମନ୍ତେ ଏହା ଏକ ଉତ୍ତମ ଉପାୟ ।

Show More
Back to top button