ସତ୍ୟଶିଖା (ଭୁବନେଶ୍ୱର) ୨୯/୧୦/୨୦୨୦ : ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ ଆସିଲା ମାଂସଖଣ୍ଡର ଡିଏନଏ ରିପୋର୍ଟ । ବିସ୍ଫୋରଣ ସ୍ଥାନରୁ ସଂଗୃହୀତ ମାଂସ ଖଣ୍ଡର ହୋଇଥିଲା ଡିଏନଏ ଟେଷ୍ଟ । ଡିଏନଏ ରିପୋର୍ଟର ହସ୍ତଗତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।ଘଟଣାରେ ନିରୁଦ୍ଦିଷ୍ଟ ଥିବା ସୀମାଞ୍ଚଳ ପରିଡାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର । ଏନେଇ ସୀମାଞ୍ଚଳଙ୍କ ପରିବାରଲୋକଙ୍କୁ ଜଣାଇ ଦିଆଯାଇଛି । ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପୋଲିସ କମିଶନର । ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇ ଦିଆଯାଇଛି । ଫଳରେ ତାଙ୍କ ପରିବାରଲୋକଙ୍କୁ କ୍ଷତିପୂରଣ ମିଳିପାରିବ ।
ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ ଆସିଲା ଡିଏନଏ ରିପୋର୍ଟ ସାମ୍ନା କୁ ଆସିଲା ସିମାଞ୍ଚଳ ପରିଡାଙ୍କ ମୃତ୍ୟୁ ମାମଲା
