୧୫ ତାରିଖରେ ହେବ ନାହିଁ D.L ଓ LL ଟେଷ୍ଟ୍

ସତ୍ୟଶିଖା (କଟକ) ୧୩/୦୨/୧୦୨୧ : ଆସନ୍ତା ୧୫ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହିଦିନ ଲର୍ଣ୍ଣିଂ ଲାଇସେନ୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ବନ୍ଦ ରହିବ । ଏପରିକି ବୁକିଂ ହୋଇଥିବା ସମସ୍ତ ସ୍ଲଟ୍‌କୁ ବାତିଲ୍‌ କରି ଦିଆଯାଇଛି । ୧୫ ତାରିଖରେ ବୁକିଂ ହୋଇଥିବା ସ୍ଲଟ୍‌ଧାରୀ ୨୨ ତାରିଖରେ ପରୀକ୍ଷା ଦେଇପାରନ୍ତି ବୋଲି ଆପାତତଃ ସ୍ଥିର ହୋଇଛି । ଏନେଇ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭରତ ବନ୍ଦ ଡାକରା ଯୋଗୁଁ ସ୍ଲଟ୍‌ଧାରୀମାନଙ୍କର ଆସିବାରେ ସମସ୍ୟା ହେବ । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି ।

Exit mobile version